ଅପରାଧ ଦେଶ ବିଦେଶ

ଜମ୍ମୁ ଓ କଶ୍ମୀରର କୁପ୍‌ୱାରାରେ ୩ ଲଶ୍କର୍‌ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା; ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର

ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର କୁପୱାରା ଜିଲ୍ଲାରେ ଘଟିଥିବା ଏନ୍‌କାଉଣ୍ଟର୍‌ରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ର ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା କଶ୍ମୀର ଜୋନ୍‌ ପୁଲିସ କହିଛି।

କୁପ୍‌ୱାରା ଜିଲ୍ଲାର ଜୁମାଗୁଣ୍ଡ ଗ୍ରାମ‌େରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ବୋଲି ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ପୁଲିସ ଅଭିଯାନ ଆରମ୍ଭ କରିଥିଲା। ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀମାନଙ୍କୁ ସେନା ଓ ପୁଲିସ ବାଧା ଦେବା ହେତୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା ବୋଲି କଶ୍ମୀର ଜୋନ୍‌ ପୁଲିସ ଟୁଇଟ୍‌ କରି କହିଛି।

ଏନ୍‌କାଉଣ୍ଟର୍‌ ସଂକ୍ରାନ୍ତରେ ସଦ୍ୟତମ ସୂଚନା ପ୍ରଦାନ କରି କଶ୍ମୀର ‘ଆଇଜିପି’ ବିଜୟ କୁମାର କହିଛନ୍ତି ଯେ, ନିଷିଦ୍ଧ ଘୋଷିତ ‘ଏଲ୍‌ଇଟି’ ଆତଙ୍କବାଦୀ ସଂଗଠନର ସଦସ୍ୟ ଥିବା ୩ଜଣଯାକ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସେମାନଙ୍କର ପରିଚୟ ମଧ୍ୟ ମିଳିଛି। ନିହତ ଆତଙ୍କବାଦୀମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ସମେତ କିଛି ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି।

ଉଲ୍ଲେଖଯୋଗ୍ୟ, କେତେକ ସାମାଜିକ ଗଣମାଧ୍ୟମ ‘ପ୍ଲାଟ୍‌ଫର୍ମ’ରେ ନିଜସ୍ବ ଗୀତ ‘ଅପ୍‌ଲୋଡ୍‌’ କରୁଥିବା ଜଣେ ଟେଲିଭିଜନ କଳାକାରଙ୍କୁ ‘ଲଶ୍କର୍‌-ଏ-ତୈବା’ର ଆତଙ୍କବାଦୀମାନେ ହତ୍ୟା କରିବାର ଦିନକ ପରେ ଉପରୋକ୍ତ ଏନ୍‌କାଉଣ୍ଟର୍‌ ଘଟିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ