ଅପରାଧ ରାଜ୍ୟ

ଜମି ବିବାଦ: ସେନା କର୍ମଚାରୀଙ୍କୁ ଗୁଳିକରି ହତ୍ୟା

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମରେ ଜମି ବିବ‌ାଦକୁ ନେଇ ସୋମବାର ଦିନ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ସେନା କର୍ମଚାରୀ ଅନିରୁଦ୍ଧ ନାୟକ(୨୫)ଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୁବାସ ଚନ୍ଦ୍ର ନାୟକଙ୍କ ପୁଅ ଅନିରୁଦ୍ଧ ପଞ୍ଜାବରେ ସେନାର ଟେକ୍ନିକାଲ ବିଭାଗରେ କାମ କରୁଥିଲେ। କିଛି ଦିନ ତଳେ ଛୁଟ‌ି ନେଇ ସେ ଘରକୁ ଆସିଥିଲେ। ପଡ଼ୋଶୀଙ୍କ ସହ ପୂର୍ବ ଶତ୍ରୁତାକୁ ନେଇ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୪ ମାସ ତଳେ ଜମିରେ ପାଣି ମଡ଼ାଇବାକୁ ନେଇ ସୁବାସ ଓ ତାଙ୍କ ପଡ଼ୋଶୀ ବାସୁଦେବଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା। ସୁବାସଙ୍କୁ ମଧ୍ୟ ସେ‌ତେବେଳେ ବାସୁଦେବ ଓ ତାଙ୍କ ପରିବାର ଲୋକ ଆକ୍ରମଣ କରିଥିଲେ। ସୋମବାର ସକାଳେ ନିଜ ବାଡ଼ିପଟେ ଅନିରୁଦ୍ଧ ଛିଡ଼ା ହୋଇଥିଲେ। ପୂର୍ବ ବିବାଦକୁ ନେଇ ବାସୁଦେବ, ମହେଶ୍ବର ନାୟକ, ତାରେଶ୍ବର ନାୟକ, ଅର୍ଜୁନ ନାୟକ, ଆକୁଳ ନାୟକ, ନିବାସୀ ନାୟକ ପ୍ରମୁଖ ଅନିରୁଦ୍ଧଙ୍କୁ ପ୍ରଥମେ ଗାଳିଗୁଲଜ କରିଥିଲେ।

ଅନିରୁଦ୍ଧ ଏହାର ପ୍ରତିବାଦ କରିବାରୁ ବନ୍ଧୁକ, ଭୁଜାଲି, ଫାର୍ସା ଆଦି ଧରି ଅନିରୁଦ୍ଧଙ୍କୁ ସେମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ଦେଶୀ ବନ୍ଧୁକରୁ ଅନିରୁଦ୍ଧଙ୍କୁ ବାସୁଦେବ ଗୁଳି କରିଥିଲେ। ପୁଅର ଚିତ୍କାର ଶୁଣି ବାପା ସୁବାସ, ଦାଦା ରବୀନ୍ଦ୍ର, ଭାଇ ପରମାନନ୍ଦ ଓ ପରିବାର ଅନ୍ୟ ସଦସ୍ୟମାନେ ବାହାରକୁ ଚାଲିଆସିବାରୁ ସେମାନଙ୍କୁ ମଧ୍ୟ ବାସୁଦେବ ଓ ତାଙ୍କ ପରିବାର ଆକ୍ରମଣ କରିଥିଲେ। ଆକ୍ରମଣରେ ସୁବାସ ଗୁରୁତର ଆହତ ହୋଇଥିବା ବେଳେ ପରମାନନ୍ଦଙ୍କର ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଛି। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୫ରୁ ଅଧିକ ବ୍ୟକ୍ତି ଆହତ ‌ହୋଇଥିବା ସୂଚନା ମିଳିଛି।

ଖବର ପାଇ ଗ୍ରାମର ଲୋକେ ସେଠାରେ ପହଂଚିଥିଲେ। ଆହତମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅନିରୁଦ୍ଧଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣ କରିଥିଲେ। ତେବେ ଚିକିତ୍ସା ନିମନ୍ତେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଏହି ଦୁଇ ପରିବାର ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ଦେଖାଯାଇଥିଲା। ଉଭୟ ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ନାକେଦମ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ପୁଲିସ ଉପସ୍ଥିତିରେ ସନ୍ଧ୍ୟାରେ ଏହାକୁ କୃଷ୍ଣପ୍ରସାଦ ଗ୍ରାମରେ ଦାହ ପାଇଁ ନିଆଯାଇଛି। କୃଷ୍ଣପ୍ରସାଦ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ଥିବାରୁ ସେଠାରେ ଫୋର୍ସ ମୁତୟନ କରାଯାଇଥିବା ଆଇଆଇସି ବିଶ୍ବଜିତ ରାଉତରାୟ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।