ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

କଟକ : ରାଜ୍ୟରେ ଚାଲିଥିବା ଜମିଜମା ଇ-ରେଜିଷ୍ଟ୍ରେସନ୍‌ ବା ପଞ୍ଜୀକରଣ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଭିଡ଼ ସମସ୍ୟା ଦୂର କରିବା ଲାଗି ଏଣିକି ଅନ୍‌ ଲାଇନ୍‌ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ। ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜୀକରଣ ‌ହେବ।

ଆଇଜିଆର (ଇନ୍‌ସପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟେ୍ରସନ୍‌)ଙ୍କ ପକ୍ଷରୁ ଆଜି ସଂପର୍କରେ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ ଏଣିକି ଜମି କିଣାବିକା ବା ଯେକୌଣସି ସେଲ୍‌ ଡିଡ୍‌ ବା ପଞ୍ଜୀକରଣ ପାଇଁ ସବ ରେଜିଷ୍ଟ୍ରାର ଅଫିସରେ ଭିଡ଼ ଲଗାଇବାର ଆବଶ୍ୟକତା ରହିବ ନାହିଁ। ଜମି କିଣାବିକା ପାଇଁ ଅନଲାଇନ୍‌ରେ ଆଗୁଆ ସ୍ଲଟ୍‌ ବୁକିଂ କରିବାକୁ ପଡ଼ିବ। ସ୍ଲଟ୍‌ରେ ମିଳିଥିବା ସମୟ ଅନୁସାରେ ଜମି ପଞ୍ଜୀକରଣ ହେବ। ଅନଲାଇନ୍‌ରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇ ନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ। ବିଶେଷ କ୍ଷେତ୍ରରେ ଅନଲାଇନ୍‌ରେ ପଞ୍ଜୀକରଣ କରାଇ ତତ୍‌କାଳ ସୁବିଧା ବା ସ୍ଲଟ୍‌ ଦିଆଯିବାର ବ୍ୟବସ୍ଥା ବି ରହିବ ବୋଲି ଆଇଜିଆରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ନିୟମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି।

ଅନ୍ୟପଟେ ଜଣେ ବ୍ୟକ୍ତି ବିଶ୍ବର ‌ଯେକୌଣସି ସ୍ଥାନରେ ଥିଲେ ବି ତାର ଜମିଜମା କିଣାବିକା ପଞ୍ଜୀକରଣ ପାଇଁ ଅନ୍‌ଲ‌ାଇନ୍‌ରେ ଆବେଦନ କରିପାରିବେ। ନାମ ପଞ୍ଜୀକରଣ କରି ସ୍ଲଟ ନେଇପାରି‌ବେ। ମିଳିଥିବା ସ୍ଲଟ୍ ଅନୁଯାୟୀ ସେହି ନିର୍ଦିଷ୍ଟ ଦିନ ବା ସମୟରେ ସବ ରେଜିଷ୍ଟ୍ରାର ଅଫିସ ଆସି ସେମାନଙ୍କ ପଞ୍ଜୀକରଣ କରାଇପାରିବେ। ଅନ୍‌ଲାଇନ୍‌ ବ୍ୟବସ୍ଥାରେ ‌ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବାକୁ ପର୍ଯ୍ୟାପ୍ତ ସମୟ ପାଇବେ। ଫଳରେ ଜାଲିଆତି କରି ଜମି କିଣାବିକା ଉପରେ ମଧ୍ୟ ଏହାଦ୍ବାରା ଅଙ୍କୁଶ ଲାଗି ପାରିବ। ଜନସାଧାରଣଙ୍କୁ ନିର୍ବିଘ୍ନରେ ଜମି କିଣାବିକା ସେବା ପ୍ରଦାନ କରିବା ଓ ପଞ୍ଜୀକରଣ ବ୍ୟବସ୍ଥାରେ ସ୍ବଚ୍ଛତା ରକ୍ଷା କରିବାକୁ ଏଭଳି ଏକ ପ୍ରୟାସ କରାଯାଇଛି। ଏବେ ‌ରାଜ୍ୟର ୨୦୫ଟି ରେଜିଷ୍ଟ୍ରେସନ୍‌ କେନ୍ଦ୍ରରେ ଅନଲାଇନ୍‌ ସ୍ଲଟ ବୁକିଂ କରାଯାଉଛି। ଏହାକୁ ନେଇ ବିଧିବଦ୍ଧ ଗେଜେଟ୍ ମଧ୍ୟ ପ୍ରକାଶ କରାଯାଇଛି। ମେ ୨୩ ତାରିଖ ଦିନ ଏ ନେଇ ଓଡ଼ିଶା ଗେଜେଟ୍‌ରେ ଏ ସଂପର୍କିତ ନିୟମ ଓ ସୂଚନା ଜାରି କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ