ଅପରାଧ ରାଜ୍ୟ

ଜମିବାଡି ବିବାଦରୁ ଦୁଇ ପରିବାର ମଧ୍ୟରେ ମାରପିଟ୍, ୩ ଗୁରୁତର

ବାଲିପାଟଣା ୨।୬: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଦୁଇ ପରିବାର ମଧ୍ୟରେ ମାରପିଟ୍ ହୋଇଛନ୍ତି । ମାରପିଟ୍ ରେ ଗୋଟିଏ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମର ବାବାଜୀ ଜେନା ଏବଂ ଦେବ ଭୋଇଙ୍କ ପରିବାର ମଧ୍ୟରେ ଜମିଜମା ବିବାଦ ଲାଗିରହିଥିଲା । ଉକ୍ତ ଜମିକୁ ବାବାଜୀ ଜେନା ଯାଇଥିବା ବେଳେ ଦେବ ଭୋଇଙ୍କ ପରିବାର ତାଙ୍କୁ ଠେଙ୍ଗାର ଆକ୍ରମଣ କରିଥିଲେ । ଆକ୍ରମଣରେ ବାବାଜୀ ଜେନା ତଳେ ପଡିଯାଇଥିଲେ । ବାବାଜୀ ଜେନାଙ୍କୁ ରକ୍ଷା କରିବାକୁ ଆସି ତାଙ୍କ ସ୍ତ୍ରୀ କମଳା ଜେନା, ତାଙ୍କ ପୁତ୍ର ବାସୁଦେବ ଜେନା, ଜୟଦେବ ଜେନା ଆକ୍ରମଣର ଶିକାର ହୋଇଛନ୍ତି । ବାବାଜୀ ଜେନା, କମଳା ଜେନା ଏବଂ ବାସୁଦେବ ଜେନାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହାସହ ଦେବ ଭୋଇଙ୍କ ପରିବାରର ୨ ଜଣ ମଧ୍ୟ ଆହତ ହୋଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।