ଅପରାଧ ରାଜ୍ୟ

ଜମିଜମା ବିବାଦରୁ ଦିବ୍ୟାଙ୍ଗ ଯୁବକଙ୍କୁ ଆକ୍ରମଣ, ମାଡ ମାରିବା ସହ ଗୋଡ ଭାଙ୍ଗିଦେଲେ ଦୁର୍ବୃତ୍ତ

ବାଲିପାଟଣା ୧୩।୬: ଜମିଜମା ବିବାଦକୁ ନେଇ ଜଣେ ଦିବ୍ୟାଙ୍ଗଙ୍କୁ ଅମାନୁଷିକ ଭାବେ ଆକ୍ରମଣ । କିଛି ଦୁର୍ବୃତ୍ତ ଲୁହା ରଡ୍, ଶାବଳ ଏବଂ ମାରଣାସ୍ତ୍ରରେ ମାଡ ମାରି ଲହୁଲୁହାଣ କରି ଦେଇଛନ୍ତି । ଦୁର୍ବୃତ୍ତଙ୍କ ମାଡରେ ଦିବ୍ୟାଙ୍ଗଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଗୋଡ ଭାଙ୍ଗିଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭାପୁର ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଭାପୁର ଗ୍ରାମର ରବି ନାରାୟଣ ପଣ୍ଡା ଜନ୍ମରୁ ଦିବ୍ୟାଙ୍ଗ । ଦୁଇ ଗୋଡ ଅଚଳ । ବହୁ କଷ୍ଟରେ ବାଡି ଧରି ଚାଲନ୍ତି । ରବି ନିଜ ଜାଗାରେ ଏକ ଘର ନିର୍ମାଣ କରୁଛନ୍ତି । ଶନିବାର ରାତିରେ କେହି ଦୁର୍ବୃତ୍ତ ନିର୍ମାଣାଧିନ ଘରର କାନ୍ଥ ଭାଙ୍ଗି ଦେଇଥିଲେ । ପୁନର୍ବାର ରବିବାର ରାତି ପ୍ରାୟ ୧୨ଟା ୩୦ମିନିଟ୍‌ରେ ୩ଟି ବାଇକରେ ୯ ଜଣ ଦୁର୍ବୃତ୍ତ ଶାବଳ, ଲୁହା ରଡ୍ ଏବଂ ମାରଣାସ୍ତ୍ର ଧରି ରବିଙ୍କ ଘର ନିକଟରେ ପହଞ୍ଚିଥିଲେ । କିଛି ବୁଝିବ ଆଗରୁ ଜଣେ ରବିଙ୍କ ବେକରେ ଏକ ଖଣ୍ଡା ଲଗାଇ ଧମକାଇଥିଲା । ଦୁର୍ବୃତ୍ତ ରବିଙ୍କୁ ଲୁହା ରଡ୍ ଏବଂ ଶାବଳରେ ମାଡ ମାରିଥିଲେ । ଲୁହା ରଡ୍ ମାଡରେ ରବିଙ୍କର ଦୁଇ ଗୋଡରେ ଗଭୀର ଆଘାତ ଲାଗିଛି । ରବିଙ୍କର ଗୋଟିଏ ଗୋଡ ଭାଙ୍ଗିଯାଇଛି ।

ରବିଙ୍କୁ ରକ୍ଷା କରିବାକୁ ଆସି ତାଙ୍କ ସ୍ତ୍ରୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ପୋଲିସ ରବିଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମାଡ ମାରି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ୨ ଜଣ ଦୁର୍ବୃତ୍ତଙ୍କୁ ରବି ଚିହ୍ନଟ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।