ଅପରାଧ ରାଜ୍ୟ

ଜମିଜମା ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, କଟୁରୀରେ ମରଣାନ୍ତକ ଆକ୍ରମଣ

ସାଲେପୁର ୨୩।୬: ଜମିଜମା ବିବାଦକୁ କେନ୍ଦ୍ରକରି ପରିବାର ଲୋକଙ୍କୁ ଆକ୍ରମଣ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ରାଘବପୁର ଗ୍ରାମରେ। ଗାଁର ବସନ୍ତ ଦାସଙ୍କ ପୁତ୍ର ବାସୁଦେବ ଦାସ ସେହି ଗ୍ରାମର ନିର୍ମଳ ପ୍ରତାପ, ସୁବାସ ପ୍ରତାପ ଓ ବର୍ଷା ପ୍ରତାପଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ସାଲେପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସାଲେପୁର ପୋଲିସ ବସନ୍ତ ଦାସ ଓ ବାସୁଦେବ ଦାସକୁ ଥାନାରେ ଅଟକ ରଖି ପଚରାଉଚରା କରି ଛାଡ଼ିଦେଇଥିଲା ।

ପୁନର୍ବାର ସେମାନେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେବା ନେଇ ନିର୍ମଳ ପ୍ରତାପଙ୍କ ପରିବାରଲୋକଙ୍କ ସହ ଗ୍ରାମବାସୀ ସାଲେପୁର ଥାନାରେ ଏକାଠି ହୋଇ ଅଭିଯୋଗ କରିଛନ୍ତି । ପୋଲିସର କୋହଳ ମନୋଭାବ ଓ ନିଷ୍କ୍ରିୟତାକୁ ନେଇ ଅଭିଯୋଗ ଆଣିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।