ରାଜ୍ୟ ସ୍ପେଶାଲ ରିପୋର୍ଟ

ଜବରଦଖଲରେ ନୂଆନଈ ପଠା: ନିର୍ମାଣ କରୁଛନ୍ତି ଘରୋଇ ପର୍ଯ୍ୟଟନ ପ୍ରକଳ୍ପ

ପୁରୀ: ଜବରଦଖଲକାରୀଙ୍କ ନଜରରେ ନୂଆନଈ ପଠା। ଜବରଦଖଲକାରୀ ନଈ ପଠା ମାଡ଼ି ବସିବାରେ ଲାଗିଛନ୍ତି। ଏହା ଉପରେ ବିଳାସସୂର୍ଣ୍ଣ ଘର ଓ କୃତ୍ରିମ ପୋଖରୀ ବି ତିଆରି କରି ପାର୍କ ଭଳି ରୂପ ଦିଆଗଲାଣି। ପୁରୀ ସଦର ବ୍ଲକ‌୍ ବେଲଦଳ ପଞ୍ଚାୟତ ମୋହିନିପୁର ନିକଟରେ ଏଭଳି ନିର୍ମାଣ ଚାଲିଛି। ଜିଲ୍ଲା ପ୍ରଶାସନ କିମ୍ବା ରାଜସ୍ବ ବିଭାଗର ଏଥିପ୍ରତି ଦୃଷ୍ଟି ନ ପଡ଼ିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ନୂଆନଈ ବ୍ରିଜ୍‌ ପୂର୍ବରୁ ପୁରୀ-କୋଣାର୍କ ଜାତୀୟ ରାଜପଥଠାରୁ ମୋହିନିପୁର ଯିବା ରାସ୍ତାରେ ରହିଛି ବିସ୍ତୃତ ନଦୀପଠା। ଏହା ବନ୍ୟାପାଣିକୁ ଅଟକାଇ ଚାଷବାସ ସହ ଆଖପାଖ ଅଞ୍ଚଳକୁ ବନ୍ୟା ଦାଉରୁ ସୁରକ୍ଷା ଦେଇଥାଏ। କିନ୍ତୁ ମୋହିନିପୁର ବିଦ୍ୟାଳୟ ପାଖକୁ ଲାଗି ନଦୀ ପଠାକୁ ଘେରାଇ ଏଥିରେ ବ୍ୟାପକ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି। ପୋଖରୀ ଖୋଳା ସହ କୋଠା ଓ ଲୁହାର ଟାୱାର୍‌ ନିର୍ମାଣ କରାଯାଉଛି। ଏହି ଜାଗାକୁ ଚଉଡ଼ା ମୋରମ ରାସ୍ତା ବି ବାହାର କରାଯାଇଛି। ଯେତିକି ଜାଗା ଘେରାଯାଇଛି, ପାଖାପାଖି ୫ ଏକର ଜାଗା ହେବ। ଏହି ଜବରଦଖଲକୁ ଦେଖି ଆଖପାଖ ଲୋକେ ବି ନୂଆନଈ ପଠାକୁ ଜବରଦଖଲ କରିବା ଆରମ୍ଭ କରି ଦେଲେଣି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଆରମ୍ଭରୁ ଏଠାରେ ବାଲିବନ୍ତ ଥିଲା। କିନ୍ତୁ ଏହି ବାଲିବନ୍ତ ସବୁ ତାଡ଼ି ପ୍ରବଳ ମାତ୍ରାରେ ବାଲି ଚୋରି ହେଲା। ଏ ନେଇ ଜିଲ୍ଲା ପ୍ରଶାସନ ନିକଟରେ ବି ଅନେକ ଅଭିଯୋଗ ସତ୍ତ୍ବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଲାନି। କାଳକ୍ରମେ ବାଲିବନ୍ତ ବିଲୋପ ହୋଇ ସେହି ଜାଗା ଜବରଦଖଲକୁ ଚାଲିଗଲାଣି। ମୋହିନିପୁରର ନଦୀ ପଠାରେ ଯେଉଁ ଜାଗାରେ ଏତେ ବଡ଼ ବଡ଼ ନିର୍ମାଣ ଚାଲିଛି, ତାହା ପୁରୀର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ବୋଲି କୁହାଯାଉଛି। ସଂପୃକ୍ତ ବ୍ୟକ୍ତି ଏହା ତାଙ୍କର ଜାଗା ବୋଲି ଦାବି କରି ଏଭଳି ନିର୍ମାଣ ଜାରି ରଖିଛନ୍ତି। ତେବେ ରାଜସ୍ବ ବିଭାଗ ସଂପୂର୍ଣ୍ଣ ଖୋଳତାଡ଼ କଲେ, ସତ ଜଣାପଡ଼ିଯିବ ବୋଲି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏତେ ବଡ଼ ଜାଗାରେ ନିର୍ମାଣ ଚାଲିଥିଲେ ବି ରାଜସ୍ବ ବିଭାଗ ନିରବଦ୍ରଷ୍ଟା ସାଜିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପୁରୀ ତହସିଲଦାର ଅଭିଷେକ ଦାଶ କହିଛନ୍ତି, ନଈ ପଠାରେ ପତିତ ଭଳି ଅନେକ କିସମର ଜାଗା ରହୁଛି। ତଥାପି ଯେଉଁ ଜାଗାରେ ଏତେ ବଡ଼ ନିର୍ମାଣ କରାଯାଉଛି, ତାର ସ୍ଥିତି ଅନୁଧ୍ୟାନ କରିବି। ସଂପୃକ୍ତ ରାଜସ୍ବ ନିରୀକ୍ଷକଙ୍କ ସହ ଆଲୋଚନା ପରେ ଏ ସଂପର୍କରେ ଅଧିକ କିଛି କହିପାରିବି ବୋଲି ଶ୍ରୀ ଦାଶ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।