ରାଜନୀତି ରାଜ୍ୟ

ଜନ୍ମେଜୟଙ୍କ ପତିଆରା ବଢ଼ାଇବାକୁ ଜାଲିଆତି

ଯାଜପୁର : ସାଧାରଣ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲାର ରାଜନୀତି ବେଶ ସରଗରମ ହୋଇଛି। ବଡ଼ଚଣା ନିର୍ବାଚନମଣ୍ଡଳୀରେ ଜନ୍ମେଜୟ ଲେଙ୍କାଙ୍କ ପତିଆରା ବଢ଼ାଇବା ପାଇଁ କିଛି ନେତା ଜାଲିଆତି କରି ଧରାପଡ଼ିବା ଘଟଣା ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟସ୍ରୋତରେ ଥିବା ବି‌ଜେଡି କର୍ମକର୍ତ୍ତାମାନେ ନିଜେ ଗଣମାଧ୍ୟମକୁ ଏ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ପ୍ରସଙ୍ଗଟି ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଯାଇଛି।

ବଡ଼ଚଣାରେ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କାଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଖବର ପ୍ରକାଶ କରିଥିବା ନେଇ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ବିଜେଡିର ବଡ଼ଚଣା ବ୍ଲକ୍ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବଡ଼ଚଣା ଯୁବ ବିଜେଡି ସଭାପତି ଗଣେଶ୍ବର ବରାଳ ଓ ଛାତ୍ର ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ପ୍ରସାଦ ନାୟକ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ଶ୍ରୀ ଲେଙ୍କା କନକ ଟିଭିର ଲୋଗୋ ବ୍ୟବହାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଦୁଇ ଦିନ ତଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଗୋଟିଏ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏହି ଖବରକୁ କନକ ଟିଭି ସମେତ ସବୁ ଗଣମାଧ୍ୟମ ପ୍ରାଥମିକତା ଦେଇ ପ୍ରସାରଣ କରିଥିଲେ। ହେଲେ ଏହି ବୈଠକରେ ଶ୍ରୀ ଲେଙ୍କା ଉପସ୍ଥିତ ଥିଲେ ବୋଲି ନିର୍ବାଚନମଣ୍ଡଳୀରେ ଗୋଟିଏ ଧାରଣା ସୃଷ୍ଟି କରିବାକୁ ଯାଇ କନକ ଟିଭିରେ ସେ ସମୟର ସ୍କ୍ରିନ୍‌କୁ ଏଡିଟ୍ କରି ସେଥିରେ ଲୋଗୋ ଲଗାଯାଇବାକୁ ଏହି ଗୋଷ୍ଠୀ ପଛାଇ ନାହାନ୍ତି। ଏହାକୁ ସାମାଜିକ ଗଣମାଧ୍ୟମରେ ଛଡ଼ାଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନବୀନଙ୍କ ଶୃଙ୍ଖଳିତ ଦଳରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦଳୀୟ ନେତା ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି। କିଛି ଦିନ ପୂର୍ବରୁ ଶ୍ରୀ ଲେଙ୍କା ବଡ଼ଚଣାର ବିଭିନ୍ନ ସ୍ଥାନରେ ଯୁବ ଓ ଛାତ୍ର ସମାବେଶ କରି ସମାନ୍ତରାଳ ସଂଗଠନ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର