ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜନମତ ସର୍ଭେ: ଲୋକପ୍ରିୟତାରେ ଟ୍ରମ୍ପଙ୍କଠାରୁ ବାଇଡେନ ପଛରେ

ୱାସିଂଟନ: ଆମେରିକାରେ ଆସନ୍ତାବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ପ୍ରତିଦ୍ବନ୍ଦ୍ବିତା କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ସଦ୍ୟତମ ଜନମତ ସର୍ଭେରେ ଟ୍ରମ୍ପଙ୍କଠାରୁ ବାଇଡେନ ପଛରେ ଥିବା ଦେଖିବାକୁ ମିଳିଛି। ବାଇଡେନଙ୍କ ଆପ୍ରୁଭାଲ ରେଟିଂ ବହୁତ ତଳେ ଥିବା ବେଳେ ଟ୍ରମ୍ପଙ୍କ ପାଇଁ ଉତ୍ସାହଜନକ ସଂକେତ ରହିଛି। ଏହି ସର୍ଭେ ଏବିସି ନ୍ୟୁଜ୍ ଓ ୱାସିଂଟନ ପୋଷ୍ଟ ଦ୍ବାରା ମିଳିତ ଭାବରେ କରାଯାଇଛି।

ସର୍ଭେ ଅନୁସାରେ ମାତ୍ର ୩୬ ପ୍ରତିଶତ ଲୋକ ବାଇଡେନଙ୍କ ଉପରେ ସନ୍ତୁଷ୍ଟ ଥିବା ବେଳେ ୪୪ ପ୍ରତିଶତ ଲୋକ ଟ୍ରମ୍ପଙ୍କୁ ଅଧିକ ଦକ୍ଷ ମନେକରନ୍ତି। ବାଇଡେନଙ୍କ ଆପ୍ରୁଭାଲ ରେଟିଂ ଫେବ୍ରୁଆରି ମାସର ରେଟିଂ ତୁଳନାରେ ୬ ଅଙ୍କ କମ୍ ରହିଛି। ୫୬ ପ୍ରତିଶତ ଲୋକ ବାଇଡେନଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ବୋଲି ମତ ଦେଇଛନ୍ତି। ୮୦ ବର୍ଷୀୟ ବାଇଡେନଙ୍କୁ ୬୮ ପ୍ରତିଶତ ଲୋକ ଆଉ ଏକ ଟର୍ମ ପାଇଁ ଅଯୋଗ୍ୟ ବୋଲି ମତ ଦେଇଛନ୍ତି। ଏହି ସର୍ଭେ ଏପ୍ରିଲ ୨୮ରୁ ମେ ୩ ମଧ୍ୟରେ କରାଯାଇଥିଲା। ସର୍ଭେରେ ପଚରାଯାଇଥିଲା ୨୦୨୪ ପାଇଁ ଭୋଟରମାନେ କାହାକୁ ବେଶି ପସନ୍ଦ କରନ୍ତି। ଏଥିରେ ୪୪ ପ୍ରତିଶତ ଲୋକ ଟ୍ରମ୍ପଙ୍କୁ ଏବଂ ୩୮ ପ୍ରତିଶତ ଲୋକ ବାଇଡେନଙ୍କୁ ପସନ୍ଦ କରୁଥିବା କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ