ଅପରାଧ ଦେଶ ବିଦେଶ

ଜଣା ପଡ଼ିଲା ସ୍ବର୍ଣ୍ଣମନ୍ଦିର ନିକଟ ବିସ୍ଫୋରଣ ରହସ୍ୟ; ୫ ଗିରଫ

ଅମୃତସର: ବୁଧବାର ରାତି ସାଢ଼େ ୧୨ଟାରେ ଅମୃତସର ଅନ୍ତର୍ଗତ ସ୍ବର୍ଣ୍ଣମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ତୃତୀୟ ବିସ୍ଫୋରଣ ଘଟିବା ପରେ ସେଠାରେ ଘଟୁଥିବା ବିସ୍ଫୋରଣର ରହସ୍ୟ ଜାଣିପାରିଥିବା କଥା ଆଜି ପଞ୍ଜାବ ପୁଲିସ କହିଛି।

ଟୁଇଟ୍‌ କରି ପଞ୍ଜାବ ପୁଲିସ ମହାନିର୍ଦେଶକ ଗ‌ୌରବ ଯାଦବ କହିଛନ୍ତି ଯେ, ଏହି ଘଟଣା ସହିତ ସମ୍ପୃକ୍ତ ଥିବା ୫ଜଣ ବ୍ୟକ୍ତିଙ୍କୁ ଗିରଫ କରାଯିବା ପରେ ମାମଲାର ରହସ୍ୟ ଜଣାପଡ଼ିଛି। ଶାନ୍ତିଶୃଙ୍ଖଳା ନଷ୍ଟ କରିବା ହେଉଛି ଏହି ବିସ୍ଫୋରଣର ଉଦ୍ଦେଶ୍ୟ।

Image Courtesy of India Today

‘ଏସ୍‌ଜିପିସି’ ଅଧ୍ୟକ୍ଷ ହର୍‌ଜିନ୍ଦର୍‌ ସିଂହ ଧାମି ସରକାରଙ୍କ ଅବହେଳାକୁ ନିନ୍ଦା କରି କହିଛନ୍ତି, ଗୁରୁ ରାମଦାସ ସରାଇରେ ରହୁଥିବା ଏକ ଦମ୍ପତି ସମେତ ୩ଜଣଙ୍କୁ ଗୁରୁଦ୍ବାର ସଙ୍ଗଠନର ସିକ୍ୟୁରିଟି ସ୍କ୍ବାଡ୍‌ ଗିରଫ କରିଥିଲେ। ତୃତୀୟ ତଥା ସଦ୍ୟତମ ବିସ୍ଫୋରଣ ଏହି ସରାଇ ପଛରେ ଘଟିଥିଲା। ଗିରଫ ବ୍ୟକ୍ତିମାନଙ୍କୁ ସେମାନେ ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି।

ସ‌େ କହିଛନ୍ତି, ଏହି ଘଟଣାରେ ମୁକାବିଲା କରିବାରେ ସରକାର ଅବହେଳା ପ୍ରଦର୍ଶନ କରିବାରୁ ୩ୟ ବିସ୍ଫୋରଣ ଘଟିଲା। ଏହି ସରାଇ‌ରେ ରହୁଥିବା ନବଦମ୍ପତି ବାଥ୍‌ରୁମ୍‌ରୁ ଗଲ୍ଲିଆରା ଆଡ଼କୁ ବିସ୍ଫୋରକ ଫିଙ୍ଗିଥିଲେ। ପ୍ରାପ୍ତ ରିପୋର୍ଟ ଅନୁସାରେ, ସେମାନେ ସରାଇର ୨୨୪ ନମ୍ବର୍‌ ରୁମ୍‌ରେ ରହୁଥିଲେ।  ସେମାନଙ୍କ ନିକଟରୁ ପୁଲିସ କେତେକ ହାତଲେଖା କାଗଜ ଫର୍ଦ ଉଦ୍ଧାର କରିଛନ୍ତି। ବିସ୍ଫୋରକ ପ୍ରସ୍ତୁତି ନିମନ୍ତେ ବାଣ ତିଆରି ଉପକରଣ ବ୍ୟବହାର କରାଯାଇଛି ବୋଲି ମଧ୍ୟ ରିପୋର୍ଟ ମିଳିଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେହି ଆତଙ୍କବାଦ ସହିତ ସମ୍ପୃକ୍ତ ନୁହନ୍ତି।

ଆଜି ପୂର୍ବାହ୍ନ ୧୧ଟା ବେଳେ ଗଣମାଧ୍ୟମ ଆଗରେ ଘଟଣା ସଂକ୍ରାନ୍ତରେ ବିବୃତି ଦେବେ ବୋଲି ପୁଲିସ କହିଥିଲା। ସୂଚନାଯୋଗ୍ୟ, ପ୍ରଥମ ବିସ୍ଫୋରଣରେ ଜଣେ ଓ ଦ୍ବିତୀୟ ବିସ୍ଫୋରଣରେ ଆଉ ଜଣେ ବ୍ୟକ୍ତି ଆହତ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ