ମନୋରଞ୍ଜନ

ଜଣାଶୁଣା କନ୍ନଡ଼ ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କ ପରଲୋକ : ଘରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ

ବେଙ୍ଗାଲୁରୁ ୨୨/୧୦: ମନୋରଞ୍ଜନ ଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମନାକୁ ଆସୁଛି। ନିକଟରେ ଟିଭି ଅଭିନେତ୍ରୀ ଜରିନା ରୋଶନ୍ ଖାନଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରିର ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଏବେ ଶୁଣିବାକୁ ମିଳିଛି ଯେ ଜଣାଶୁଣା କନ୍ନଡ଼ ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କ ମୃତଦେହ ତାଙ୍କ ଘରୁ ମିଳିଛି। ‘ଟୁଲ୍ଲୁ’ ଅଭିନେତାଙ୍କ ମୃତ୍ୟୁ ତାଙ୍କ ବଣ୍ଟଓ୍ବାଲ୍ ସ୍ଥିତ ଘରେ ହୋଇଛି। ପୋଲିସ୍ ଏହି ମାମଲାରେ ଏବେ ତଦନ୍ତ କରୁଛି। ଅଭିନେତାଙ୍କ ପ୍ରଶଂସକ ଏହି ଖବର ଶୁଣି ସ୍ତବ୍ଧ ଅଛନ୍ତି।

ସୂଚନା ମୁତାବକ ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ସୁରେନ୍ଦ୍ରଙ୍କ କୌଣସି ଜଣେ ବ୍ୟକ୍ତିଙ୍କ ସହ ଦୀର୍ଘ ଦିନରୁ ଟଙ୍କା ନେଣଦେଣକୁ ନେଇ ଝଗଡ଼ା ଚାଲିଥିଲା। ଏବେ ସୁଦ୍ଧା ତାଙ୍କ ପରିବାର କିମ୍ବା ପୋଲିସ୍ ତରଫରୁ କୌଣସି ଷ୍ଟେଟମେଣ୍ଟ ଜାରି କରାଯାଇ ନାହିଁ। ସୁରେନ୍ଦ୍ର ଫିଲ୍ମ Chali Polilu, କନ୍ନଡ଼ ଫିଲ୍ମ Savarna Deergha Sandhiରେ କାମ କରିଥିଲେ ଯେଉଁଥିରେ ପ୍ରଶଂସକ ତାଙ୍କୁ ଖୁବ୍ ପସନ୍ଦ କରିଥିଲେ।

ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କ ପରଲୋକ ବିଷୟରେ ନ୍ୟୁଜ ଏଜେନ୍ସି ଏଏନଆଇ ତରଫରୁ ସୂଚନା ଦିଆଯାଇଛି। ଏହା ମୁତାବକ ରାଉଡି ଶିଟର ସୁରେନ୍ଦ୍ର ବଣ୍ଟଓ୍ବାଲ୍ ନିଜ ଘରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଯାହା ବଣ୍ଟଓ୍ବାଲରେ ଅବସ୍ଥିତ। ଏହା ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଯାଇଛି। ସେ କିଛି ଫିଲ୍ମରେ ମଧ୍ୟ କାମ କରିଛନ୍ତି। କୁହାଯାଉଛି ଯେ ନିକଟରେ ସେ କଂଗ୍ରେସ୍ ପାର୍ଟି ମଧ୍ୟ ଜଏନ୍ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ