ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜଣାଶୁଣା କଣ୍ଠଶିଳ୍ପୀ ସଂଗୀତାଙ୍କୁ ହତ୍ୟା ! ୧୨ ଦିନ ଧରି ଥିଲେ ନିଖୋଜ, ରୋହତକ ରାଜପଥ ନିକଟରୁ ମିଳିଲା ମୃତଦେହ, ୨ ଗିରଫ

ରୋହତକ ୨୪/୦୫: ହରିୟାଣାର ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ହତ୍ୟା । ରୋହତକର ରାଜପଥ ନିକଟରୁ ମିଳିଛି ମୃତଦେହ । ହତ୍ୟାପରେ କେହି ଫୋପାଡିଦେଇଥିବା ଅନୁମାନ । ପ୍ରାୟ ଦୁଇ ସପ୍ତାହ ଧରି ନିଖୋଜ ଥିବା ନିଖୋଜ ଥିଲେ ହରିୟାଣାର କଣ୍ଠଶିଳ୍ପୀ ସଂଗୀତା । ନିଖୋଜ ହେବା ପରେ ପରିବାର ଲୋକେ ତାଙ୍କ ସହ କାମ କରୁଥିବା ରବି ଏବଂ ରୋହିତଙ୍କ ନାଁରେ ଅପହରଣ ପରେ ହତ୍ୟା କରିବା ନେଇ କରିଥିଲେ ଅଭିଯୋଗ ।

ଫଳରେ ରବି ଓ ରୋହିତଙ୍କୁ ଗିରଫ କରିଛି ପୋଲିସ । ଏଥିସହିତ ସଙ୍ଗୀତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଛି ପୋଲିସ । ଏହି ହତ୍ୟାକାଣ୍ଡ ବିଷୟରେ ସୂଚନା ଦେଇ ମେହମ୍ ପୋଲିସର ଏସଆଇ ବିକାଶ କହିଛନ୍ତି ଯେ ସଂଗୀତା ୧୨ ଦିନ ଧରି ନିଖୋଜ ଥିଲେ । ଏବେ ସେ ତାହ୍କ ମୃତେଦହ ଉଦ୍ଧାର ହୋଇଛି ।

ପୋଲିସର ସୂଚନାନୁସାରେ, ହରିୟାଣାର ଗାୟିକ ସଂଗୀତା ଦିଲ୍ଲୀରେ ରହୁଥିଲେ । ତାଙ୍କ ପରିବାର ତାଙ୍କୁ ଶେଷ ଥର ପାଇଁ ୧୧ ମେରେ ଦେଖିଥିଲେ । ଏହାର ତିନି ଦିନ ପରେ ଅପହରଣ ହୋଇଥିବା ନେଇ ରୁଜୁ ହୋଇଥିଲା ମାମଲା ।

ପରିବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ କାମ କରୁଥିବା ରବି ଏବଂ ରୋହିତ ନାମକ ଦୁଇଜଣ ବ୍ୟକ୍ତି ତାଙ୍କୁ ଅପହରଣ ପରେ ହତ୍ୟା କରିଥିଲେ । ଗତକାଲି ସଂଗୀତାଙ୍କ ମୃତଦେହ ହରିୟାଣା ରାଜ୍ୟର ରୋହତକ ଜିଲ୍ଲାର ଏକ ରାଜପଥ ନିକଟରେ ମିଳିଥିଲା ​​ଯେଉଁଠାରେ ତାଙ୍କୁ ହତ୍ୟାପରେ ପୋତିଦିଆଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ