ଦେଶ ବିଦେଶ ମନୋରଞ୍ଜନ

ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ

ମୁମ୍ୱାଇ ୭/୧୦ : ମନୋରଞ୍ଜନ ଜଗତ ପାଇଁ ଦୁଃଖଦ ଖବର । ବଲିଉଡର ଜଣାଶୁଣା ଅଭିନେତା ଅରୁଣ ବାଲିଙ୍କଙ୍କ ପରଲୋକ । ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଅରୁଣ ବାଲୀ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ ।

ଖବର ଅନୁଯାୟୀ, ଅରୁଣ ବାଲି ସକାଳ ୪ଟା ୩୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଅନେକ ଭେଟେରାନ୍ କଳାକାରଙ୍କ ସହ ମଧ୍ୟ କାମ କରିଥିଲେ । ଅରୁଣ ବାଲି ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ତାଙ୍କୁ କିଛି ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅରୁଣ ବାଲି ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ରୋଗ ସହ ଲଢୁଥିଲେ । ଏହା ଏକ ଅଟୋମ୍ୟୁମ୍ୟୁନ ରୋଗ । ତେବେ ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ