ଅପରାଧ ରାଜ୍ୟ

ଜଟଣୀ ତହସିଲ ତରଫରୁ ଖଣିରେ ଚଢାଉ: ୯ଟି ହାଇୱା ଓ ଦୁଇଟି ଟ୍ରାକ୍ଟର, ୪୦୭ ଜବତ

ଜଟଣୀ ୧୬/୦୭: ଜଟଣୀ ତହସିଲ ତରଫରୁ ଖଣିରେ ଚଢାଉ । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ସ୍ପେଶାଲ ସ୍କ୍ୱାଡ ଓ ଜଟଣୀ ତହସିଲର ମିଳିତ ଭାବରେ ଭୁବନେଶ୍ୱର ଉପଖଣ୍ଡରେ ଥିବା ବିଭିନ୍ନ ଖଣି ଉପରେ ଚଡାଉ କରିଥିଲା ।

ଏଇ ଚଡାଉବେଳେ ୯ ଟି ମରମ ଥିବା ହାଇୱା, ଦୁଇଟି ଟ୍ରାକ୍ଟର ଓ ଗୋଟିଏ ୪୦୭ରେ ମାଙ୍କଡା ପଥର ଥିବା ଗାଡିକୁ ଜବତ କରିଛି ଜଟଣୀ ତହସିଲ । ଜବତ ୯ଟି ହାଇୱା ଯାଆଁଳା ଫାଣ୍ଡିରେ ଥିବା ବେଳେ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ୪୦୭କୁ ଜଟଣୀ ଥାନାକୁ ହସ୍ତାନ୍ତର କରାଯାଇଛି ବୋଲି ଜଟଣୀ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲିକ୍ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।