ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଙ୍ଗଲ ସୃଷ୍ଟିରେ ଉଦାହରଣ ପାଲଟିଛନ୍ତି ଗୋପୀନାଥ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବିଶୋଇ: ପେସା ବ୍ୟବସାୟ। ମାତ୍ର ନିଶା ବୃକ୍ଷରୋପଣ। ଜଙ୍ଗଲ ସୃଷ୍ଟି କରି ପରିବେଶ ସୁରକ୍ଷା ଦିଗରେ ମନନିବେଶ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବିଶୋଇ ଅଞ୍ଚଳର ଜଣେ ଜଣାଶୁଣା ଯୁବ ବ୍ୟବସାୟୀ ଗୋପୀନାଥ ବେହେରା। ୩୨ ବର୍ଷ ଧରି ନିଜର ଅକ୍ଳାନ୍ତ ପରିଶ୍ରମ ଫଳରେ ଶିମିଳିପାଳ ପାଦଦେଶରେ  ୪ ହଜାର ୫ ଶହ ବୃକ୍ଷକୁ ବଞ୍ଚାଇ ସବୁଜିମା ପରିବେଶ ସୃଷ୍ଟି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ପିଲାବେଳୁ ପରିବେଶ ସୁରକ୍ଷା ପ୍ରତି ଦୁର୍ବଳତା ଥିବା ଗୋପୀନାଥ ୧୯୮୯ ମସିହାରେ ରାଇରଙ୍ଗପୁର ଡିଗ୍ରି କଲେଜରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ହାସଲ ପରେ  ବୃକ୍ଷ  ପ୍ରତି ଭଲ ପାଇବା ବଢିଥିଲା। ଚାକିରି ପଛରେ ନ ଧାଇଁ ବିଶୋଇ ଅଞ୍ଚଳରେ ଏକ ତେଜରାତି ଦୋକାନ ଆରମ୍ଭ କରିଥିଲେ। ବ୍ୟବସାୟ ସମ୍ଭାଳି ରୋଜଗାରକ୍ଷମ ହେବା ସହିତ ୧୯୯୦ ମସିହାରେ ନିଜ ପୈତୃକ ଗ୍ରାମ ହାଣ୍ଡିଫୁଟାରେ ଥିବା ନିଜର ୫ ଏକର ଜମିରେ ବୃକ୍ଷରୋପଣ ଆରମ୍ଭ କରିଥିଲେ। ବନବିଭାଗ ଗୋପୀନାଥଙ୍କୁ କେବଳ ଚାରା ଯୋଗାଇ ଦେଇଇଥିଲା। ନିଜ ପାରିଶ୍ରମିକରେ  ବୃକ୍ଷରୋପଣ ସହିତ ଯତ୍ନ ନେଉଥିଲେ। ତାଙ୍କୁ ସହଯୋଗ କରିବା ପାଇଁ ଦୁଇଜଣ ଲୋକଙ୍କୁ ଦରମା ଆକାରରେ ରଖିଥିଲେ। ପ୍ରତ୍ୟେକ ଦିନ ବ୍ୟବସାୟରୁ ସମୟ ବାହାର କରି ବୃକ୍ଷ ଯତ୍ନ ନେଉଥିଲେ। ଦୀର୍ଘ ୩୨ ବର୍ଷ ଧରି କଠିନ ପରିଶ୍ରମ ଦ୍ୱାରା ନିଜ ଜମିରେ ଶିଶୁ, ଶାଗୁଆନ, ପିଆଶାଳ, ଜାମକୋଳି, କେନ୍ଦୁ, ନିମ୍ବ, କରଞ୍ଜ, ବାଉଁଶ, ଆକାଶୀୟା, ୟୁକେଲ ପଟାସ୍, କାଜୁ, ଆମ୍ବ ପ୍ରଭୃତି ୪ ହଜାର ୫ ଶହ ବୃକ୍ଷକୁ ବଞ୍ଚାଇ ଜଙ୍ଗଲ ସୃଷ୍ଟି କରିବାରେ ସଫଳତା ଅର୍ଜନ କରିଛନ୍ତି।

ପ୍ରକୃତି ଓ ପରିବେଶକୁ ପ୍ରତି ଏପରି ଭଲପାଇବା ଯୋଗୁ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା ସମେତ ମଣଦା ବନାଞ୍ଚଳ ଅଧିକାରିଣୀ ଧରିତ୍ରୀ ମୁର୍ମୁ ଗୋପୀନାଥଙ୍କୁ ସାଧୁବାଦ ଜଣାଇବା ସହ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ବର୍ତ୍ତମାନ ବନାଗ୍ନି ପାଇଁ ସାରା ବିଶ୍ବ ଚିନ୍ତାରେ ଥିବାବେଳେ ଗୋପୀନାଥ ସବୁଜ ବନ ସୃଷ୍ଟି କରି ନୂଆ ଉଦାହରଣ ପାଲଟିଛନ୍ତି। ଶେଷ ନିଶ୍ୱାସ ଥିବା ଯାଏଁ ଜଙ୍ଗଲ ଓ ପରିବେଶ ପ୍ରତି ଏହିପରି ଭଲ ପାଇବା ଅକ୍ଷୂର୍ଣ୍ଣ ରହିବ ବୋଲି ଗୋପୀନାଥ ‘ସମ୍ବାଦ’କୁ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।