ରାଜ୍ୟ ସ୍ୱାସ୍ଥ୍ୟ

ଜଙ୍ଗଲୀ ହରିଣ ଦେହରେ ଓମିକ୍ରନ୍ ଭୂତାଣୁ ଚିହ୍ନଟ : ମଣିଷକୁ ହୋଇପାରେ ସଂକ୍ରମିତ; ହରିଣ ଦେହରେ ଥାଇ ଭୂତାଣୁ ମ୍ୟୁଟେସନ ହେବା ଆଶଙ୍କା

ଜଙ୍ଗଲୀ ହରିଣ ଦେହରେ ମିଳିଲା ଓମିକ୍ରନ୍ ଭୂତାଣୁ । ପୂର୍ବରୁ ଜଙ୍ଗଲୀ ଜନ୍ତୁଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାବେଳେ ପ୍ରଥମଥର ହରିଣ ଦେହରେ କରୋନାର ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇଛି । ଷ୍ଟେଟେନ ଆଇଲ୍ୟାଣ୍ଡରେ ହରିଣର ଏକ ସ୍ୱତନ୍ତ୍ର ପ୍ରଜାତି ହ୍ୱାଇଟ ଟେଲ୍ଡ ଡିଅରଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି ।

ଗବେଷଣା ପରେ ଜଣାପଡିଛି ଯେ, ଏହି ପ୍ରଜାତିର ହରିଣ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି । ତେବେ ଚିନ୍ତାର ବିଷୟ ହେଲା ଆମେରିକାରେ ଏହି ପ୍ରଜାତିର ହରିଣ ଜନବସତି ଆଖପାଖରେ ଦେଖା ଯାଆନ୍ତି । ଆମେରିକା କୃଷି ବିଭାଗ ଅନ୍ୟ ୧୩ଟି ରାଜ୍ୟରେ ହରିଣଙ୍କଠାରେ କରୋନା ଭୂତାଣୁ ଥିବା ସୂଚନା ଦେଇଛି । ମଣିଷଙ୍କ ଦେହରୁ ହରିଣକୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବାବେଳେ ପୁଣି ହରିଣ ଦେହରୁ ଏହା ମଣିଷକୁ ସଂକ୍ରମିତ ହୋଇପାରେ ବୋଲି ଗବେଷଣାରୁ ଜଣାପଡିଛି ।

ସେହିପରି ହରିଣ ଦେହରେ ଥାଇ ଭୂତାଣୁ ମ୍ୟୁଟେସନ ହେବାର ଆଶଙ୍କା ମଧ୍ୟ ରହିଛି । ତେଣୁ ହରିଣା ଦେହରେ କରୋନାର ଏକ ନୂଆ ପ୍ରଜାତି ସୃଷ୍ଟି ହୋଇ ଏହା ମଣିଷ ଦେହକୁ ଆସିବା ସମ୍ଭାବନାକୁ ମଧ୍ୟ ଏଡାଇ ହେବନାହିଁ ବୋଲି ଗବେଷଣା ପରେ କୁହାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ