ରାଜ୍ୟ

ଜଙ୍ଗଲରେ ମାଓବାଦୀ ଶିବିର ଠାବ: ଗ୍ରାମବାସୀ କହିଲେ, ଟ୍ରେନିଂ କ୍ୟାମ୍ପ୍‌ ନୁହେଁ ବିଦ୍ୟାଳୟ

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ରେ ମାଓ ଦମନ ଅଭିଯାନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ନକ୍ସଲଙ୍କ ତାଲିମ ଶିବିର ଠିକଣା ଚିହ୍ନଟ କରି ଧ୍ବଂସକରିବା ଆରମ୍ଭ କରିଛନ୍ତି ଯବାନ। ତେଣୁ ହଜାର ହଜାର ସଂଖ୍ୟାରେ ଯବାନ ଏବେ ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛନ୍ତି। ବସ୍ତର ରେଞ୍ଜ୍‌ର ଆବୁଝମାଡ଼ ସବୁଠାରୁ ବଡ଼ ଜଙ୍ଗଲ। ସୁକମା, ଦନ୍ତେଵାଡ଼ା, ବିଜାପୁର, ନାରାୟପୁର ଜିଲ୍ଲା ସୀମାକୁ ଏହା ଲାଗିଛି। ଏହି ଜଙ୍ଗଲ‌ରେ ହିଁ ନକ୍ସଲ ତାଲିମ ନେବା ସହ ହିଂସା ପାଇଁ ଷଡ଼୍‌ଯନ୍ତ୍ର କରୁଛନ୍ତି। ତେଣୁ ଯବାନମାନେ ୨୩ତାରିଖରେ ଆବୁଝମାଡ଼ ଜଂଗଲର ରେକାବାୟା ଅଞ୍ଚଳରେ ଚଢ଼ଉ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ୭୨ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ୮ ନକ୍ସଲ ନିହତ ହୋଇଥିବା ପୁଲିସ ସୂଚନା ଦେଇଥିଲା। ସେହିପରି ପୁଲିସ ଗୋଟିଏ ଭିଡିଓ ଜାରି କରିଥିଲା। ସେଥିରେ ଏହି ଜଙ୍ଗଲରେ ନକ୍ସଲଙ୍କ କ୍ୟାମ୍ପ୍‌ ଠାବ ହୋଇଥିବା କୁହାଯାଇଥିଲା।

କ୍ୟାମ୍ପ ସଂପର୍କରେ ସୂଚନା ପାଇ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଲୋଚନା ସମୟରେ ଗ୍ରାମବାସୀ କହିଲେ, ଏଠାରେ କୌଣସି ମାଓ କ୍ୟାମ୍ପ୍‌ ନଥିଲା। ଯାହାକୁ ପୁଲିସ ମାଓ କ୍ୟାମ୍ପ ବୋଲି କହୁଛି ତାହା ଗୋଟିଏ ଆଶ୍ରମ ବିଦ୍ୟାଳୟ। ଜଙ୍ଗଲ ମଝିରେ ତିନିଟି କୁଡ଼ିଆ ଘର ରହିଛି। ଯେ କେହି ବି ତାହାକୁ ଦେଖିବ ନିଶ୍ଚିତ ‌ରୂପେ ଟ୍ରେନିଂ କ୍ୟାମ୍ପ ବୋଲି କହିବ। ୧୧ ପଞ୍ଚାୟତର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସେଠାରେ ପାଠ ପଢ଼ୁଛନ୍ତି। ସ୍ଥାନୀୟ ୪ଜଣ ଯୁବକ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଗ୍ରୀଷ୍ମ ଛୁଟି ଯୋଗୁ ବର୍ତ୍ତମାନ ବିଦ୍ୟାଳୟ ବନ୍ଦ ରହିଛି ବୋଲି ଶିକ୍ଷକ ପ୍ରବୀଣ କହିଛନ୍ତି। ଶିକ୍ଷକଙ୍କୁ ଗ୍ରାମବାସୀ ୪ହଜାର ଟଙ୍କା ଲେଖାଏଁ ଦରମା ଦେଉଥିବା ପ୍ରକାଶ କରିଥିଲେ।

ନକ୍ସଲ ଏହି ବିଦ୍ୟାଳୟ ପରିଚାଳନା ନିମନ୍ତେ ସହଯୋଗ କରୁଛନ୍ତି କି ବୋଲି ପ୍ରଶ୍ନ କରିବାରୁ ଗ୍ରାମବାସୀ ଖଣ୍ଡନ କରିଥିଲେ। ସଂପୂର୍ଣ୍ଣ ଭାବେ ଗ୍ରାମବାସୀଙ୍କ ଦ୍ବାରା ପରିଚାଳିତ ହେଉଥିବା ଦର୍ଶାଇଥିଲେ। ଆଖପାଖରେ ବିଦ୍ୟାଳୟ ରହିବା ସତ୍ତ୍ବେ ପିଲା ଏଠାକୁ କାହିଁକି ଆସୁଛନ୍ତି ବୋଲି ପଚାରିବାରୁ ସେହି ବିଦ୍ୟାଳୟକୁ ନିୟମିତ ଶିକ୍ଷକ ଆସୁନାହାନ୍ତି। ତେଣୁ ଏଠାରେ ଅସ୍ଥାୟୀ ଘର କରି ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ଯବାନ ଏଠାକୁ ଆସି ଆମ ଖାତାପତ୍ର ଏବଂ ଘରକୁ ଭଙ୍ଗାରୁଜା କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ନା ଗ୍ରାମବାସୀ କିଏ ସତ କହୁଛି ସ୍ପଷ୍ଟ ହୋଇପାରିନି। କିନ୍ତୁ ନକ୍ସଲ ଓ ପୁଲିସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଥିବା ଏହି ଘଟଣାରୁ ପ୍ରମାଣିତ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।