ଅପରାଧ ଦେଶ ବିଦେଶ

ଜଙ୍ଗଲରେ ବୁଲୁଥିଲେ ପର୍ଯ୍ୟଟକ ; ହଠାତ୍‌ ମାଡି ଆସିଲା ହାତୀ, ପଛକୁ ଗଡି ଚାଲିଲା ଗାଡ଼ି ଆଉ ତାପରେ …

ନୂଆଦିଲ୍ଲୀ ୦୫/୦୫ :ଗାଡ଼ିରେ ବସି ଜଙ୍ଗଲ ବୁଲିବା ପ୍ରାୟ ସମସ୍ତଙ୍କ ପସନ୍ଦ। କିନ୍ତୁ ବେଳେ ବେଳେ ମଣିଷମନାଙ୍କ ପାଇଁ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି ବନ୍ୟଜନ୍ତୁମାନେ । ସେଥିପାଇଁ ଅନେକ ଥର ବନ୍ୟଜନ୍ତୁମାନେ ରାଗି ଯାଆନ୍ତି। ଆଉ ଆକ୍ରମଣ କରିବାକୁ ବି ପଛାନ୍ତି ନାହିଁ। ବେଳେବେଳେ ଏହା ଆମକୁ ମୃତ୍ୟୁମୁଖରେ ବି ପକାଇଥାଏ। ସୋସିଆଲ ମିଡିଆରେ ସେମିତି ଅନେକ ଭିଡିଓ ଆପଣ ଦେଖିଥିବେ। ଏବେ ବି ସେମିତି ଏକ ଭିଡିଓ ହେଉଛି ଭାଇରାଲ୍‌।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ପର୍ଯ୍ୟଟକ ଏକ ମିନି ବସରେ ବସି ଜଙ୍ଗଲ ବୁଲିବାକୁ ଯାଉଛନ୍ତି। ରାସ୍ତା ଖରାପ ଥିବାରୁ ବସର ଡ୍ରାଇଭର ଧୀରେ ଧୀରେ ବସ୍‌ ଚଲାଉଛନ୍ତି। ପର୍ଯ୍ୟଟକମାନେ ଗାଡିରେ ବସି ପଶୁ ପକ୍ଷୀଙ୍କୁ ଦେଖି ପୂରା ମଜା ଉଠାଉଛନ୍ତି। ଠିକ ଏହି ସମୟରେ ବସ୍‌ରେ ବସିଥିବା ଗାଇଡ୍‌ ଏକ ଜଙ୍ଗଲୀ ହାତୀକୁ ଦେଖିଲେ। ଆଉ ହଠାତ୍‌ ଗାଡିକୁ ଅଟକାଇଦେଇଥିଲେ। ବସ୍ ଅଟକି ଯିବା ମାତ୍ରେ ହାତୀଟି ବସ୍ ଆଡକୁ ଦୌଡ଼ି ଆସେ। ହାତୀଟି ସେମାନଙ୍କ ଆଡକୁ ଆସୁଥିବାର ଦେଖି ବସ୍‌ରେ ଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇ ପାଟି କରିବାକୁ ଲାଗିଲେ।

ହାତୀଟି କିନ୍ତୁ ଅଟକି ନଥିଲା। ସେ ବସ୍ ଆଡକୁ ଦ୍ରୁତ ଗତିରେ ଚାଲିବା ଆରମ୍ଭ କରେ । କିନ୍ତୁ ବସ୍ ଡ୍ରାଇଭର ଚତୁରତାର ସହ ତୁରନ୍ତ ବସ କୁ ପଛ ନେଇ ଯାଇଥିଲେ। ହାତୀଟି ମଧ୍ୟ ଗାଡି ପଛେ ପଛେ ଆସି ପରେ ଜଙ୍ଗଲ ଆଡକୁ ଚାଲିଯାଇଥିଲା।

ତେବେ ପର୍ଯ୍ୟଟକଙ୍କ ପାଇଁ ଏହା ନିଶ୍ଚୟ ଏକ ଅଭୁଲା ସୃତି। ସେ ଅବା କଣ ଜାଣିଥିଲେ, ଯାହାକୁ ଦେଖିବାକୁ ଯାଇଥିଲେ ତାରି ଆକ୍ରମଣର ଶିକାର ହେବେ ବୋଲି।

ଭିଡିଓଟି ଟ୍ୱିଟର ଆକାଉଣ୍ଟ @ ଆନିମଲ_ ୱାର୍ଲ୍ଡ ରେ ସେୟାର କରାଯାଇଛି । ଯାହାକୁ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକେ ଦେଖିସାରିଲେଣି। ଏହା ସହ ଅନେକ କମେଣ୍ଟ ବି ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ