ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଜଗା, କାଳିଆଙ୍କ ଘରକୁ ଆସିଲା ନୂଆ ଅତିଥି: ଜନ୍ମ ନେଲା ଭଉଣୀ ସୁଭଦ୍ରା

ଫୁଲବାଣୀ: କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଜଗା, କାଳିଆଙ୍କ ଘରକୁ ଆସିଛି ନୂଆ ଅତିଥି। ଗତ ୭ ତାରିଖ ଦିନ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଗାର ମା ପୁଷ୍ପାଞ୍ଜଳିଙ୍କ ଗର୍ଭରୁ ଜନ୍ମ ନେଇଛି ସୁଭଦ୍ରା। ସୁଭଦ୍ରାକୁ ଦେଖି ଜଗା ଏବେ ବହୁତ ଖୁସି ଥିବା ବେଳେ ଭୁଲି ଯାଇଛି କାଳିଆ ଯିବାର ଦୁଃଖ।
ସୁଭଦ୍ରା ଆସିଲା ପରେ ଜଗା ଚଳଚଞ୍ଚଳ ହୋଇପଡ଼ିଛି। ପାଖରେ ଭଉଣୀକୁ ଦେଖି ଟିକିଏ ବି ଛାଡ଼ି ଯାଉନି। ତାର ଦୈନିନ୍ଦିନ ରୁଟିନ୍ ମଧ୍ୟ ବଦଳିଗଲାଣି ସେ ଆଉ ବାହରକୁ ବୁଲିଯାଉନି କି ବାପାଙ୍କ ସହ ଆଉ ଖେଳୁନି। ସେ କେବଳ ଭଉଣୀକୁ ପାଖରେ ଜଗି ବସୁଛି। ରୁମକୁ ମଧ୍ୟ କାହାକୁ ଛାଡୁନି। ଡାକ୍ତର ମନା କରିଛନ୍ତି କହି ରୁମକୁ ଆସନି କରୋନା ହେବ ବୋଲି କହୁଛି ଜଗା। କାଳିଆ ଗଲା ପରେ ମଧ୍ୟ ଜଗାର ଅବସ୍ଥା ଦେଖି ଡାକ୍ତର, ବାପା ଓ ମାଆ ଚିନ୍ତିତ ହୋଇପଡ଼ିଥିଲେ। ଏବେ କିନ୍ତୁ ଜଗାର ପରିବର୍ତ୍ତନ ଦେଖି ସମସ୍ତେ ଖୁସି। ପୁଣି ତାର ଅପରେସନ ପାଇଁ ଜଗା କରୋନା ସରିଲେ ଦିଲ୍ଲୀ ଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ