ଅପରାଧ ରାଜ୍ୟ

ଜଗବନ୍ଧୁଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ବନ୍ଦ, ଅର୍ଚ୍ଚନା ନାଗ ଗିରଫ ପରଠୁ ଅଛନ୍ତି ଫେରାର

ଭୁବନେଶ୍ୱର ୦୯।୧୦ : ରାଜଧାନୀରେ ଚାଲିଥିଲା ହନିଟ୍ରାପ୍ । ବ୍ଲାକମେଲ୍ ର ରାଣୀ ଅର୍ଚ୍ଚନା ନାଗର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଥିବା ବେଳେ ଖସିଯାଇଥିବା ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କର ଫେସ୍ ବୁକ ଆକାଉଣ୍ଟ ବନ୍ଦ କରିଛି ପୋଲିସ। ଜଗବନ୍ଧୁଙ୍କ ଫେସବୁକ ଆକାଉଣ୍ଟରେ ରହିଥିଲା ଅନେକ ତଥ୍ୟ।

ସେପଟେ ପୋଲିସ ଖୋଲିଛି ଏହି ବ୍ଲାକମେଲରର ଇ.ମେଲ ଆଇ.ଡି.। ଏହି ମେଲ୍ ରୁ ୨୦ ଦେହଜୀବିଙ୍କ ଫଟୋ ଓ ତଥ୍ୟ ମିଳିଥିବା ସୂଚନା। ଅର୍ଚ୍ଚନା ମୁମ୍ବାଇ ଓ କୋଲକାତାରୁ ଯୁବତୀ ଆଣି ହନିଟ୍ରାପ ଟଳାଉଥିଲା ବୋଲି ସୂଚନା ମିଳିଛି। ଲେଡି ବ୍ଲାକମେଲର ମେଲ ରେ ରହିଛି ୬୪ ଜଣ ରାଜନେତା, ଫିଲ୍ମ ପ୍ରଯୋଜକ, ବିଲଡର, ରେଳୱେ ଅଧିକାରୀଙ୍କ ଅଶ୍ଲୀଳ ଫଟୋ । ସମସ୍ତଙ୍କୁ ବ୍ଲାକମେଲିଂ କରୁଥିଲା ଲେଡି ବ୍ଲାକମେଲର । ୨୦୧୮ରୁ ସେକ୍ସ ରାକେଟ ଚଳାଇବା ଆରମ୍ଭ କରିଥିଲା ଅର୍ଚ୍ଚନା ନାଗ । ଓକିଲାତି ପାଠ ନପଢି ନିଜକୁ ହାଇକୋର୍ଟର ଓକିଲ ବୋଲି ପରିଚୟ ଦେଉଥିଲା। ୨୦୧୫ରେ ଭୁବନେଶ୍ୱର ଆସି ପ୍ରଥମେ ଏକ ପାଲରରେ କାମ କରୁଥିଲା। ତେବେ ପୋଲିସ ଜାଲରେ ଅର୍ଚ୍ଚନା ନାଗ ପଡ଼ିଥିବା ବେଳେ ଜଗବନ୍ଧୁ ଚାନ୍ଦ ଏବେ କେଉଁଠି ?

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।