ଅପରାଧ ରାଜ୍ୟ

ଜଗତପୁର ରାଜମିସ୍ତ୍ରି ହତ୍ୟା ମାମଲା, ମୁହାଁମୁହିଁ ହେବାରୁ ମାରି ଦେଇଥିଲେ ଡକାୟତ ଦଳ!

କଟକ: ଭଇରପୁରର ରାଜମିସ୍ତ୍ରି ରମେଶ ଭୋଇ ହତ୍ୟାକାଣ୍ଡରେ ଜଗତପୁର ପୁଲିସ ହାତରେ ବଡ଼ ପ୍ରମାଣ ଲାଗିଛି। ହତ୍ୟାକାଣ୍ଡର ବର୍ଷେ ପରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ହତ୍ୟାକାଣ୍ଡ ପଛରେ ପ୍ରେମ ବ୍ୟପାର ନୁହେଁ, ବରଂ ଡକାୟତ ଦଳଙ୍କ ସମ୍ପୃକ୍ତି ପ୍ରମାଣ ମିଳିଥିବା କୁହାଯାଉଛି। ପୁଲିସ କେନ୍ଦ୍ରାପଡ଼ା ଶାଖା କେନାଲ-୧ ଆଖପାଖରୁ ହସ୍ତଗତ କରିଥିବା ଟାଓ୍ବାର୍‌ ଡମ୍ପରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ଠାବ କରିଛି। ଖୁବ ଶିଘ୍ର ପୁଲିସ ଏ ନେଇ ବଡ଼ ପର୍ଦ୍ଦାଫାସ କରିବାକୁ ଯାଉଥିବା ସୂଚନା ମିଳିଛି। ଜଗତପୁର ଥାନା ଅନ୍ତର୍ଗତ ଭଇରପୁର କଣିବାଟି ଭୋଇସାହିରେ ୪୦ ବର୍ଷୀୟ ରମେଶ ଭୋଇଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। କଟକରେ ରାଜମିସ୍ତ୍ରି କାମ କରୁଥିବା ରମେଶଙ୍କୁ ୨୦୨୧ ଜୁଲାଇ ୬ ତାରିଖ ରାତିରେ ହତ୍ୟା କରାଯାଇଥିଲା। ସେ ୬ ତାରିଖ ରାତିରେ ଶୌଚ ହେବାକୁ କେନ୍ଦ୍ରାପଡ଼ା ଶାଖା କେନାଲ-୧କୁ ଯାଇଥିଲେ। କିନ୍ତୁ ଶୌଚ ସାରି ସେଦିନ ରାତିରେ ଆଉ ଘରକୁ ଫେରି ନଥିଲେ। ୭ ତାରିଖ ଭୋର୍‌ରୁ ସ୍ଥାନୀୟ ବାସିନ୍ଦା କେନାଲ କୂଳକୁ ଶୌଚ ହେବାକୁ ଯାଇଥିବା ବେଳେ ରମେଶଙ୍କ ରକ୍ତାକ୍ତ ଶବ କେନାଲରେ ଭାସୁଥିବା ଦେଖିବାକୁ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ହଟଚମଟ ସୃଷ୍ଟି ହୋଇଥିଲା। ବଡ଼ ଡାକ୍ତରଖାନାରେ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ରମେଶଙ୍କ ଶରୀରରେ ଗଭୀର କ୍ଷତଚିହ୍ନ ଥିବାରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ରମେଶଙ୍କ ସ୍ଥାନୀୟ ଅଞ୍ଚଳରେ କୌଣସି ପ୍ରକାର ପୂର୍ବ ଶତ୍ରୁତା ନଥିବା ବେଳେ ଜଣେ ମହିଳାଙ୍କ ସହିତ ସମ୍ପର୍କ ଏବଂ ପୈତୃକ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା।

କିନ୍ତୁ ପୁଲିସର ତଦନ୍ତରୁ ଭିନ୍ନ ଦିଗ ଏବେ ସାମ୍‌ନାକୁ ଆସିଛି। ଜୁଲାଇ ୬ ତାରିଖ ବିଳମ୍ବିତ ରାତିରେ ଜଗତପୁର ଥାନା ଅନ୍ତର୍ଗତ ନନ୍ଦୀସାହି, ଅନ୍ତପୁର, ସୁଜାପୁର ଅଞ୍ଚଳରେ ଡକାୟତ ଦଳ ଏକାଧିକ ଲୋକଙ୍କ ଘରେ ପଶି ଲୁଟ୍ ଉଦ୍ୟମ କରିଥିଲେ। ସ୍ଥାନୀୟ ଅଞ୍ଚଳବାସୀ ଉଠିପଡ଼ିବାରୁ ଡକାୟତ ଦଳ ଭଇରପୁର ଭୋଇସାହି ଆଡ଼କୁ ଖସି ପଳାଇଥିଲେ। ଏପଟେ ରମେଶ ଭଇରପୁର କେନାଲବନ୍ଧକୁ ଶୌଚ ପାଇଁ ଯାଉଥିବା ବେଳେ ଡକାୟତ ଦଳଙ୍କ ସହିତ ମୁହାଁମୁହିଁ ହେବାରୁ ସେମାନେ ତାଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା କୁହାଯାଉଛି। ଡକାୟତ ଦଳଙ୍କୁ ରମେଶ ଦେଖି ଦେବାରୁ ଏ ପ୍ରକାର ହତ୍ୟାକାଣ୍ଡ ହଠାତ୍ ଘଟିଥିବା କୁହାଯାଉଛି। ପୁଲିସ ଏହି ମାମଲାରେ ଜଗତପୁରର ତ୍ରିଲୋଚନପୁର, ପୀରବଜାର, କାଜିବଜାର, ମହାଜନପୁର, ପଦ୍ମପୁର ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ପାଖାପାଖି ୨୦୦ ସନ୍ଦିଗ୍ଧଙ୍କୁ ପଚରାଉଚରା କରିସାରିଛି। ସେମାନଙ୍କ ବୟାନ ଓ ଟାଓ୍ବାର୍‌ ଡମ୍ପ ଆଧାରରେ ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଛି। ଜୁଲାଇ ୬ ତାରିଖ ରାତିରେ କେନ୍ଦ୍ରାପଡ଼ା କେନାଲ ଅଞ୍ଚଳରେ ଯେଉଁ ସନ୍ଦିଗ୍ଧ ପ୍ରବେଶ କରିଥିଲେ, ସେମାନଙ୍କ ନମ୍ବର ସଂଗ୍ରହ କରିଥିଲା ଜଗତପୁର ପୁଲିସ। ଯେଉଁମାନେ ଏହି ଅଞ୍ଚଳରେ ରହି ପୁଣି ଜଗତପୁର ବାହାରକୁ ଚାଲିଯାଇଛନ୍ତି, ସେମାନଙ୍କ ନମ୍ବର ଟାଓ୍ବାର୍‌ ଡମ୍ପରୁ ସଂଗ୍ରହ ପରେ ଟ୍ରାକ୍ କରି ଚିହ୍ନଟ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।