ଅପରାଧ ରାଜ୍ୟ

ଜଗତପୁରରେ ଅପମିଶ୍ରିତ ଥଣ୍ଡା ପାନୀୟ କାରଖାନା ଠାବ, ସ୍ପ୍ରିଙ୍ଗ ଅପ୍ ବ୍ରାଣ୍ଡ ନାଁରେ ହେଉଥିଲା ପ୍ରସ୍ତୁତି

କଟକ ୨୭/୦୫: କଟକରେ ପୁଣି ଠାବ ହେଲା ନକଲି ଓ ଅପମିଶ୍ରିତ ଥଣ୍ଡା ପାନୀୟ କାରଖାନା । ଜଗତପୁର ଥାନା ନିକଟ ତରୋଳ ନିକଟରେ ଵିନୋରୀ ଇଣ୍ଡଷ୍ଟ୍ରିଜ୍ ନାଁରେ ଵିନା କୌଣସି ସରକାରୀ ଅନୁମତିରେ ଚାଲିଥିବା ଏକ ଥଣ୍ଡା ପାନୀୟ କାରଖାନା ଉପରେ ଚଢାଉ କରାଯାଇଛି । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଥଣ୍ଡା ପାନୀୟ, ଖାଲି ଵୋତଲ, କାରଖାନା ଯନ୍ତ୍ରାଂଶ ଓ ପାନୀୟରେ ମିଶାଯାଉଥିଵା ରାସାୟନିକ ପଦାର୍ଥ ଆଦି ଜଵତ୍ କରିଛି ପୋଲିସ ।

କାରଖାନା ଚଳାଉଥିବା ଵ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସ୍ପ୍ରିଙ୍ଗ ଅପ୍, କିଡସ୍ ଲିଚି, ଅରେଞ ଆଦି ଵ୍ରାଣ୍ଡ ନାଁରେ ଏହି କାରଖାନାରେ ଥଣ୍ଡା ପାନୀୟ ପ୍ରସ୍ତୁତ ହେଉଥିଲା । ସିଏମସିର କୌଣସି ଅନୁମତି ନଥାଇ ସମ୍ପୂର୍ଣ୍ଣ ଭାଵେ ଵେଆଇନ ଢଙ୍ଗରେ ଏହି ଥଣ୍ଡା ପାନୀୟ କାରଖାନା ଚାଲିଥିଲା ଵୋଲି ସି ଏମ୍ ସି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।କାରଖାନା ଚଲାଉଥିଵା ଜିତେନ୍ଦ୍ର ସାହୁଙ୍କୁ ପୋଲିସ ଗିରଫ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।