ପର୍ଯ୍ୟଟନ ରାଜ୍ୟ

ଜଓ୍ୱାଦ ପ୍ରଭାବରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୨ ଫୁଟର ପାଣି, ହନ୍ତସନ୍ତ ପର୍ଯ୍ୟଟକ

କୋଣାର୍କ ୦୫/୧୨: ଜଓ୍ୱାଦ ବାତ୍ୟା ଯୋଗୁଁ କୋଣାର୍କରେ ଗତକାଲି ମଧ୍ୟ ରାତିରୁ ପ୍ରବଳ ବର୍ଷା । ସୂର୍ଯ୍ୟ ମନ୍ଦିରର ଚାରିପଟେ ପାଣି ଜମି ରହିଛି । ପାଣି ନିଷ୍କାସନ ପାଇଁ ଏଏସଆଇ ପକ୍ଷରୁ ୩ଟି ମୋଟର ଲଗାଯାଇଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପସିଛି । ସେପଟେ ଲୋକେ ତଥା ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ ବର୍ଷା ହେତୁ ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି । ଫସଲ ନଷ୍ଟ ହୋଇଯିବା ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀମାନେ ଏବେ ବଡ ଚିନ୍ତାରେ, କାରଣ ସେମାନେ କରଜ କରି ଧାନ ଚାଷ କରିଥିଲେ । ଦୁଖଃର ବିଷୟ ବର୍ଷା ଯୋଗୁଁ ପାଚିଲା ଧାନ ପାଣିରେ ଭାସୁଛି । ଏବେବି ବର୍ଷା ଲାଗିରହିଛି । ବର୍ଷାକୁ ଖାତିରି ନକରି ଚାଷୀ ବିଲରୁ ପାଣି କାଟିବା ଦେଖିବାକୁ ମିଳିଛି । ଧାନ ବିଲରୁ ପାଣି ଯିବାକୁ କୈାଣସି ସୁବିଧା ନଥିବା କୁହନ୍ତି ।

ସେହିଭଳି କୋଣାର୍କ NAC ର 1ନମ୍ବର ଔର୍ଡ ଠାରୁ ଆରମ୍ଭ କରି ବିଭିନ୍ନ ଓ୍ୱାର୍ଡରେ ଥିବା ଲୋକେ ପାଣି ଘେରରେ ଥିବା ଦେଖିବାକୁ ମିଳିଛି । ପାଣି ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ତଳିଆ ଅଞ୍ଚଳରେ ପାଣି ପସିଛି । ସେପଟେ ସବୁ ଦେଖିବି ଚୁପ୍ ବସିଛନ୍ତି NAC ଅଧିକାରୀ । ସେପଟେ ବାତ୍ୟା ଦାଉରୁ ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ ସବୁ ପାଣିରେ ଭାସୁଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।ଅପର ପକ୍ଷରେ ବର୍ଷାକୁ ଖାତିରି ନକରି ଚାଷୀମାନେ ବିଲରୁ ପାଣି କାଟୁଥିବା ଦେଖିବାକୁ ମିଳିଛି।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ