ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଛୋଟ ଛୋଟ ସମସ୍ୟା ପାଇଁ ଏହି ସବୁ ଘରୋଇ ଉପଚାର ଜାଣିଗଲେ ଆଉ ଆବଶ୍ୟକ ପଡ଼ିବନି ଔଷଧ

ଏବେ ସିନା ସବୁ ଟିକ୍‌ନିକ୍‌ କଥାରେ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିଛି, ପୂର୍ବକାଳରେ କିନ୍ତୁ ଅନେକ ସମସ୍ୟାର ସମାଧାନ ଘରୋଇ ଉପାୟରେ ହୋଇପାରୁଥିଲା। ପୂର୍ବକାଳର ଲୋକମାନେ ତାଙ୍କ ପର ପିଢ଼ି ପାଇଁ ଗୁଡ଼ାଏ ଶିକ୍ଷଣୀୟ କଥା ଛାଡ଼ି ଯାଇଛନ୍ତି।

ଆଜିକାଲି ଯୁଗରେ ଆଧୁନିକ ପ୍ରଭାବରୁ ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ଆମେ ମାଉଥ୍‌ ଫ୍ରେସନର୍‌ ବ୍ୟବହାର କରିଥାଉ। ମାତ୍ର ପୂର୍ବକାଳର ଲୋକେ ଏଥିପାଇଁ ଜୁଆଣି ବ୍ୟବହାର କରୁଥିଲେ। ଜୁଆଣିରେ ଲୁଣ ଦେଇ ଚୋବେଇ ଖାଇ କରି ତା’ପରେ ପାଣି ପିଇବା ଦ୍ୱାରା ମୁଖ ଦୁର୍ଗନ୍ଧ କମ୍‌ ହୋଇଥାଏ ବୋଲି ପୂର୍ବକାଳିଆ ଲୋକ ପରାମର୍ଶ ଦେଇଥାନ୍ତି।

ସିଲ୍‌କ ଏବଂ ସାଇନିଂ କେଶ ପାଇବା ପାଇଁ ଆମେ ବହୁ ମାତ୍ରାରେ ଅର୍ଥ ବିନିଯୋଗ କରିଥାନ୍ତି। ମାତ୍ର ଜେଜେମାଆମାନେ ଗପ କରନ୍ତି କି ଉତ୍ତମ କେଶ ପାଇଁ ସେମାନେ ମନ୍ଦାର ପତ୍ର ଲେପ ଓ ମଞ୍ଜୁଆତି ପତ୍ର ଲେପକୁ କେଶରେ ଦେଉଥିଲେ।

ଖାଇ ସାରି ହଜମ ପାଇଁ ଆମେ ହାଜମଲା କିମ୍ବା ଅନ୍ୟ କିଛି ହଜମ ସାମଗ୍ରୀ ବ୍ୟବହାର କରିଥାନ୍ତି। ମାତ୍ର ଆଗକାଳର ଲୋକେ ଖାଇ ସାରିବା ପରେ ଜିରା ଚୋବାଉଥିଲେ ହଜମ କରାଇବା ପାଇଁ।

ଯଦି ଆପଣଙ୍କ ଶରୀରର କୌଣସି ଅଞ୍ଚଳ କୁଣ୍ଡେଇ ହେଉଛି ତେବେ ଆପଣ ଔଷଧ ନକିଣି ଆଳୁକଟାକୁ ସେହି ଅଞ୍ଚଳରେ ଲଗାଇପାରନ୍ତି। ଏହା ଦ୍ୱାରା ଉପଶମ ମିଳିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ