ଅପରାଧ ରାଜ୍ୟ

ଛୁରି ଭୁଷି ହତ୍ୟା ଉଦ୍ୟମ ଘଟଣା: ଜେଲ୍‌ ଗଲେ ୩ ଅଭିଯୁକ୍ତ

ପୁରୀ : ଗତକାଲି ମାଉସୀ ମା’ ମନ୍ଦିର ନିକଟରେ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କୁ ଛୁରି ଭୁଷିବା ଘଟଣା‌ରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ବୁଧବାର ଦିନ ପୁଲିସ ସେମାନଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ତେବେ ଧରାପଡ଼ିଥିବା ତିନି ଅଭିଯୁକ୍ତଙ୍କୁ କୁମ୍ଭାରପଡ଼ା ଥାନା ପୁଲିସ ଏହି ହତ୍ୟା ଉଦ୍ୟମରେ ସଂପୃକ୍ତି ନେଇ ପଚରାଉଚରା କରିଥିଲେ ମଧ୍ୟ ସେମାନେ ପୁଲିସକୁ ତଦନ୍ତରେ ସହଯୋଗ କରିନଥିବା ଜଣାପଡ଼ିଛି।

ଗତକାଲି ରାତିରେ ଲୋକନାଥ ରୋଡ୍‌ ଷଣ୍ଢ ଜାଗା ନିକଟରେ ରହୁଥିବା କାବୁ ଓରଫ ସୂର୍ଯ୍ୟନାରାୟଣ ତ୍ରିପାଠୀ ମାଉସୀ ମା’ ମନ୍ଦିର ନିକଟ ଏକ ଲଜ୍‌ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ସେଠାରେ ବାସେଳି ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ବର ସାହି ଗୋଖା ସାହିର ରାକେଶ ବେହେରା, ଚୁଡ଼ଙ୍ଗ ସାହିର ଶିବୁନା ପାତ୍ର ଓ ବୁବୁନା ଭୋଇ ସେଠାରେ ପହଞ୍ଚିଥିଲେ। ସେଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦିପୁ ଓ ଅନ୍ୟ ଦୁହେଁ ମିଶି ତାଙ୍କୁ ଛୁରିରେ ଭୁଷି ଚାଲିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ସୂର୍ଯ୍ୟନାରାୟଣଙ୍କ ଭାଇ ସତ୍ୟନାରାୟଣ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତ ରାକେଶ, ଶିବୁନା ଓ ବୁବୁନାକୁ ଧରି ପଚରା ଉଚରା କରିଥିଲା। ବ୍ୟବହୃତ ଛୁରିକୁ ମାର୍କଣ୍ଡେୟ ପୁଷ୍କରିଣୀ ପାଖ ମହାବୀର ମନ୍ଦିର ପାଖ ଅନ୍ଧକାର ଅଞ୍ଚଳରେ ଫିଙ୍ଗିଥିବା କହିବାରୁ ପୁଲିସ ଘଟଣାସ୍ଥଳକୁ ଯାଇ ରକ୍ତ ଲାଗିଥିବା ଛୁରିକୁ ଜବତ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।