ଫୁଲବାଣୀ ୨୫/୦୭: ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ହେଲେ ଏହି ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ଗୋଟଏ ୭ ଜଣିଆ ଦଳ ଆଜି ପୀଡ଼ିତାଙ୍କ ପରିବାରଙ୍କୁ ଯାଇ ଭେଟିବା ପରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ ।
ପରେ ପରେ ଫୁଲବାଣୀ ସ୍ଥିତ ଦେବ କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଆଇଟିଆଇ ନିକଟସ୍ଥ ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାର ଦୀର୍ଘ ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ମୁଖ୍ୟ ଆସାମୀ ମାନଙ୍କୁ ଧରିବାରେ ବିଫଳ ହୋଇଛି । ଆଜିବି ମୁଖ୍ୟ ଆସାମୀ ମାନେ ଖୁଲାମ ଖୁଲା ବୁଲୁଥିବା ଅଭିଯୋଗ କରିଛି ରାଜ୍ୟ ବଜେପି ଯୁବ ମୋର୍ଚ୍ଚା ।
ଏଥିସହିତ ଉକ୍ତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛି । ମୁଖ୍ୟ ଆସାମୀ ମାନେ ଯଦି ଯଥା ଶୀଘ୍ର ଗିରଫ ନ ହୁଅନ୍ତି ଆଗାମୀ ଦିନରେ ଆନ୍ଦୋଳନ କନ୍ଧମାଳର ଗ୍ରାମାଞ୍ଚଳରୁ ସହରାଞ୍ଚଳ ଦେଇ ବିଧାନସଭା ପର୍ଯ୍ୟନ୍ତ ବ୍ୟାପିବ ବୋଲି ଚେତାବନୀ ଦେଇଥିଲେ ।
ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଓମ ପ୍ରକାଶ ମିଶ୍ର, ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀ, ରାଜ୍ୟ ସାଧାରଣ ସମ୍ପାଦକ ଅଭୟ ପାତ୍ର, ଜିଲ୍ଲା ଉପସଭାପତି ସୁଧାଂଶୁ ଗୁରୁ, ରାଜ୍ୟ ସଂଯୋଜକ ଅଭିଶେକ ସାମନ୍ତ ରାୟ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲାକ କହଁର, ଜଗନ୍ନାଥ ସାହୁ(ଟିକୁ), ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଏବଂ ଅଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।