ଅପରାଧ ଦେଶ ବିଦେଶ

ଛାତ୍ରୀଙ୍କ ଖାତାରେ ଶିକ୍ଷକ ଲେଖିଲେ-ମୋତେ ସାକ୍ଷାତ କର, ମୁଁ ତୁମକୁ ଭଲ ପାଏ…

ନୂଆଦିଲ୍ଲୀ ୨୨।୦୯: ମଧ୍ୟପ୍ରଦେଶର ରାଇସେନର ଜଣେ ଶିକ୍ଷକ ଗୁରୁ-ଶିଷ୍ୟ ସମ୍ପର୍କକୁ କଳଙ୍କିତ କରି ଦେଇଛି। ନାବାଳିକା ଛାତ୍ରୀଙ୍କ କପିରେ ଶିକ୍ଷକ ‘ମୋତେ ସାକ୍ଷାତ କର, ମୁଁ ତୁମକୁ ଭଲ ପାଏ’ ଲେଖିଛନ୍ତି। ଯେତେବେଳେ ଉକ୍ତ ଛାତ୍ରୀମାନେ ସେମାନଙ୍କ ପରିବାରକୁ ଏହି ବିଷୟରେ ଜଣାଇଲେ। ସେତେବେଳେ ହଇଚଇ ସୃଷ୍ଟି ହୋଇଯାଇଥିଲା ।

ଏହି ଘଟଣା ମାଣ୍ଡିଦୀପସ୍ଥିତ ଏକ ଘରୋଇ ବିଦ୍ୟାଳୟର ଅଟେ। ଝିଅମାନେ ଏ ବିଷୟରେ ନିଜ ପରିବାରକୁ ସୂଚନା ଦେଇଥିଲେ। କପିରେ ଶିକ୍ଷକ ଲେଖିଥିବା ଆପତ୍ତିଜନକ ଶବ୍ଦ ବିଷୟରେ ଶୁଣିବା ପରେ ପରିବାର ଲୋକେ ବିଦ୍ୟାଳୟରେ ପହଞ୍ଚିଥିଲେ। ପରିଚାଳନାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ପାଇଁ ଅଭିଯୋଗ କରିଛନ୍ତି।

ହେଲେ ସ୍କୁଲ ମ୍ୟାନେଜମେଣ୍ଟ ଏ ବିଷୟରେ କିଛି କହିବାକୁ ମନା କରିଦେଇଥିଲେ। ଶିକ୍ଷକଙ୍କ ଏହି କାର୍ଯ୍ୟ ଉପରେ ପରିବାର ଲୋକେ ବିଦ୍ୟାଳୟରେ ଏକ ହଙ୍ଗାମା କରିଥିଲେ। ଯାହା ଫଳରେ ପୋଲିସ କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚି ଅଭିଯୁକ୍ତ ଶିକ୍ଷକଙ୍କୁ ସାଙ୍ଗରେ ନେଇ ଥାନା ଯାଇଥିଲା। ଏହି ପ୍ରସଙ୍ଗରେ ତହସିଲଦାର କହିଛନ୍ତି ପୋଲିସ ଘଟଣାର ତଦନ୍ତ କରୁଛି। ତଦନ୍ତ ଶେଷ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ