ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଛତୁ ତରକାରୀ ଖାଇ ଗୋଟିଏ ପରିବାର ୭ ଜଣ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

ଉମରକୋଟ: ଶ୍ରାବଣରେ ଛତୁକୁ ଶୁଖାଇକି ରଖି ଖାଇଥିବା ଗୋଟିଏ ପରିବାର ୭ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣା ଘଟିଛ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନ ଅନ୍ତର୍ଗତ ଆଦିବାସୀ ପୂର୍ଲା ଗ୍ରାମରେ।

ପୁର୍ଲା ଗ୍ରାମର ଗୋଟିଏ ଆଦିବାସୀ ପରିବାର ଶ୍ରାବଣ ମାସରେ ମିଳୁଥିବା ଛତୁକୁ ଶୁଖାଇ ରଖିଥିଲେ। ଏହି ପରିବାରର ଲୋକେ ଛତୁକୁ ତରକାରୀ କରି ଖାଇଥିଲେ। ଖାଇବା ସଂଗେ ସଂଗେ ସେମାନଙ୍କର ବାନ୍ତି ଆରମ୍ଭ ହେଇଯାଇଥିଲା। ତୁରନ୍ତ ପରିବାର ଲୋକେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ୨ ଶିଶୁ ଓ ୨ ମହିଳା। ଅସୁସ୍ଥମାନେ ହେଲେ ତୁଳାରାମ ଭତ୍ରା, କମଳା ଭତ୍ରା, କନକ ଭତ୍ରା, ହୀରା ସିଂ ଭତ୍ର।, ତ୍ରିନାଥ ଭତ୍ର।, ସହଦେବ ଭତ୍ର ଓ ବିଜୟ ଭତ୍ର। ଦୁଇ ଶିଶୁଙ୍କର ବୟସ ୮ ଓ ୪ ବର୍ଷ ବୋଲି ଜଣାଯାଇଛି।
ବର୍ତ୍ତମାନ ସମସ୍ତଙ୍କର ଚିକିତ୍ସା ଚାଲିଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଉମରକୋଟ ମେଡିକାଲ ଅଫିସର ଡକ୍ଟର ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ