ଅପରାଧ ରାଜ୍ୟ

ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ

କଣ୍ଟାବାଞ୍ଜି ୩୦/୦୯: ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା । ଦୁର୍ଗ ଜିଲ୍ଲା କୁହ୍ମାରି ନିକଟ ଅକେଳି ଗାଁରେ ରହୁଥିବା ୪ ଓଡ଼ିଆଙ୍କୁ ହତ୍ୟା କରାଯାଇଛି । ଏମାନେ ସବୁ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଦେଢଗାଁର ଏକ ପରିବାରର ୪ ସଦସ୍ୟ । ତେବେ ଏମାନଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ଦୁଇ ଛୁଆ ଅଛନ୍ତି ।

ସମ୍ପତି ବିବାଦରୁ ସେମାନଙ୍କୁ କେହି ସମ୍ପର୍କୀୟ ହତ୍ୟା କରିଥିବା ନେଇ ଛତିଶଗଡ଼ ପୋଲିସ ସନ୍ଦେହ କରୁଛି । ମୃତ ବ୍ୟକ୍ତି ମାନେ ହେଲେ ଭୋଳନାଥ ଯାଦବ, ସ୍ତ୍ରୀ ନେଇଲା ଯାଦବ, ପୁଅ ପ୍ରମୋଦ ଓ ଝିଅ ମୁକ୍ତା ବୋଲି ଜଣାପଡିଛି । ଗତ ୧୨ ବର୍ଷ ହେଲା ପନିପରିବା ବଗିଚାରେ କାମ କରି ଆସୁଥିଲେ । ଗତକାଲି ସେଠାକାର ପୋଲିସ ମୃତଦେହକୁ ଠାବ କରି ଅଧିକ ତଦନ୍ତ ଚଳାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।