ଖେଳ ଦେଶ ବିଦେଶ

ଚୟନକାରୀମାନେ ଭାରତର ପରବର୍ତ୍ତୀ ଟେଷ୍ଟ୍‌ ଅଧିନାୟକଙ୍କ ନାମ ସୁପାରିସ କରିବେ: ‘ବିସିସିଆଇ’ ଅଧିକାରୀ

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଟେଷ୍ଟ୍‌ ଅଧିନାୟକ କିଏ ହେବେ, ତାହା ଚୟନକାରୀ କମିଟି ସ୍ଥିର କରିବ। ଏପର୍ଯ୍ୟନ୍ତ କାହାରି ନାଁ ବିଷୟରେ ଆଲୋଚନା ହୋଇନାହିଁ ‌ବୋଲି ‘ବିସିସିଆଇ’ର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ପରବର୍ତ୍ତୀ ମ୍ୟାଚ୍‌ ଶ୍ରୀଲଙ୍କା ବିରୋଧରେ ଭାରତରେ ହିଁ ଆୟୋଜନ କରାଯିବ।

‘ବିସିସିଆଇ’ ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ରୋହିତ ଶର୍ମାଙ୍କୁ ଉପଅଧିକାୟକ ଭାବେ ମନୋନୀତ କରାଯାଇଛି।

ଟେଷ୍ଟ୍‌ କ୍ରିକେଟ୍‌ରେ କୋହଲିଙ୍କ ସ୍ଥାନରେ କେ.ଏଲ୍‌. ରାହୁଲ୍‌ଙ୍କୁ ନିଆଯିବ କି, ବୋଲି ପଚରା ଯିବାରୁ ସେ କହିଲେ, ବିରାଟ କୋହଲିଙ୍କ ପରିବର୍ତ୍ତେ କାହାକୁ ନିଆଯିବ ସେ ପ୍ରସଙ୍ଗ ଆଲୋଚନା ହୋଇନାହିଁ। ଟେଷ୍ଟ୍‌ କ୍ୟାପ୍‌ଟେନ୍‌ କିଏ ହେବ, ତାହା ସ୍ଥିର କରିବାକୁ ଯଥେଷ୍ଟ ସମୟ ଅଛି। ଠିକଣା ସମୟରେ ‘ବିସିସିଆଇ’ ଚୟନକାରୀମାନେ ବୈଠକ କରିବେ। ଚୟନକାରୀମାନେ ସବୁ କଥା ବିଚାର କରି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ