ଅପରାଧ ରାଜ୍ୟ

ଚୋରି କରୁଥିବା ବେଳେ ମାଡ଼ିବସିଲେ, ନିର୍ଦ୍ଧୁମ ଛେଚିବା ପରେ ପୁଲିସ ଜିମା ଦେଲେ

ଚାନ୍ଦବାଲି: ଚୋରି କରିବା ସହିତ ମହିଳାଙ୍କୁ ଅସଦାଚରଣ କରୁଥିଲା ଚୋର। ଗ୍ରାମବାସୀଙ୍କ ହାତରେ ପଡ଼ି ନିର୍ଦ୍ଧୁମ ଛେଚା ଖାଇଲା। ପରେ ଥାନାକୁ ଗଲା। ଭଦ୍ରକ ଚାନ୍ଦବାଲୀ ବ୍ଲକ ବାଂଶଡ଼ା ଥାନା ଅଧିନ ଚରଦିଆ ପଂଚାୟତରେ ଏଭଳି ଘଟଣା ଘଟିଛି।

ଜୟୀରାମ ମାଝୀ ନାମକ ଜଣେ ଯୁବକ ଅଲେଖ ମାଝୀଙ୍କ ଘରେ ପସି ଚୋରି କରିବା ସହ ମହିଳାଙ୍କୁ ଅସଦାଚରଣ କରିବା ସମୟରେ ପରିବାର ଲୋକେ ଚୋରକୁ ମାଡ଼ିବସିଥିଲେ। ଏହାପରେ ଦଉଡ଼ିରେ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ। ଏହାପରେ ଗ୍ରାମବାସୀମାନେ ଆସି ଘଟଣା ସ୍ଥଳରେ ଠୁଳ ହୋଇଯାଇଥିଲେ। ଏହାପରେ ପୁଲିସକୁ ଖବର ଦିଆଯାଇଥିଲା।

ପୋଲିସ ଆସି ଚୋରକୁ ଗ୍ରାମବାସୀଙ୍କ ନିକଟରୁ ଉଦ୍ଧାର କରି ଥାନାକୁ ନେଇଛି। ଏହି ଘଟଣାରେ ଅଲେଖ ଜେନାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ବାଂଶଡ଼ା ଥାନାରେ କେଶ ନମ୍ବର ୩୭୪/୨୨ ମୂଳେ ଅଭିଯୁକ୍ତ ଜୟୀରାମ ମାଝୀଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।