ଅପରାଧ ରାଜ୍ୟ

ଚୋରି କରିବାକୁ ଆସି ଧରାପଡିଗଲେ, ନିର୍ଦ୍ଧୁମ ଛେଚିଲେ ଲୋକେ

ଜୟପୁର ୨୫।୮: ଚୋରି କରିବାକୁ ଆସିଥିଲା । ହେଲେ ବେଳା ଖରାପ ପଡିଲା । ଭାଗ୍ୟ ସାଥ୍ ଦେଲାନି। ଲୋକଙ୍କ ହାତରେ ଧରା ପଡିବା ପରେ ଉତ୍ତମ ମଧ୍ୟମ ଖାଇଲା। ଆଉ ଶେଷରେ ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ। ଏମିତି ଘଟଣା ଘଟିଛି ଜୟପୁର ପାଓ୍ବାର ହାଉସ୍ କଲୋନୀରେ।

ସୂଚନାଯୋଗ୍ୟ ଯେ, ବୁଧବାର ରାତି ସାଢେ ୧୦ଟାରେ ୩ଜଣ ଚୋର ଲୁହା ରଡ୍ ଚୋରି କରିବାକୁ ଆସିଥିଲେ । ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ଦେଇଥିଲେ। ଆଉ ସେମାନଙ୍କୁ କାବୁ କରିବାକୁ ସ୍ଥାନୀୟ ଲୋକ ଉଦ୍ୟମ କରୁଥିବା ବେଳେ ୨ ଜଣ ଚୋର ସେଠାରୁ ଖସି ଯାଇଥିଲେ । ଜଣେ ଚୋର ଲୋକଙ୍କ ହାତରେ ଧରା ପଡିଯାଇଥିଲା।

ଦିନକୁ ଦିନ ଜୟପୁର ସହରରେ ଚୋରି ବଢିବାରେ ଲାଗିଛି। ଯାହାକୁ ନେଇ ସହରବାସୀ ଭୟଭୀତ। ତେଣୁ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ସହରବାସୀ ଦାବି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।