ରାଜ୍ୟ ସ୍ପେଶାଲ ରିପୋର୍ଟ

ଚୋରା ବାଲିରେ ହେବ ସ୍ପୋର୍ଟ୍ସ ଏକାଡେମୀ! ୫୦୦ କୋଟି ଖର୍ଚ୍ଚ ହେବ, ଖୁବ୍‌ଶୀଘ୍ର ଟେଣ୍ଡର

ଯାଜପୁରସଦର : ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବୈତରଣୀ ନଦୀପଠାକୁ ଚୋରାବାଲିରେ ପୋତି ଦିଆଯାଇଛି। ବର୍ତ୍ତମାନ ଏହା ଉପରେ ମାଟି ପକାଇ ସମତୁଲ କରାଯାଉଛି। ଏବେ ସୂଚନା ମିଳୁଛି ଯେ ଏଠାରେ କୁଆଡ଼େ ଏକ ସ୍ପୋର୍ଟ୍ସ ଏକାଡେମୀ କରାଯିବ। ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ଜିଲ୍ଲାପାଳ ଅନୌପଚାରିକ ଆଲୋଚନା ବେଳେ ଗଣମାଧ୍ୟମକୁ କହିଛନ୍ତି।

ଯାଜପୁର ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବୈତରଣୀ ନଦୀପଠାକୁ ପ୍ରାୟ ୬ମାସ ଲାଗି ପୋତି ଦିଆଯାଇଛି। ୧୨ ଏକର ପରିମିତ ଅଞ୍ଚଳର ପ୍ରାୟ ୩୦ ଫୁଟ ଖାଲକୁ ପୋତିବା ପାଇଁ ଲକ୍ଷାଧିକ ଟ୍ରିପ୍‌ ବାଲି ଓ ମାଟି ବ୍ୟବହାର କରାଯାଇଛି। ତେବେ,ଏହାକୁ କିଏ କାହିଁକି ପୋତୁଛି ସେ ନେଇ ଖୋଳତାଡ଼ କରାଯିବାରୁ ଜିଲ୍ଲା ପ୍ରଶାସନ ମୁହଁ ଖୋଲି ନଥିଲା। ଏପରିକି ରାଜସ୍ବ ବିଭାଗର ଅଧିକାରୀ ଉତ୍ତରଦେବାକୁ ଅସହାୟତା ପ୍ରକାଶ କରିଥିଲେ। ଏହିସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ସୂଚନା ଅଧିକାରୀ କର୍ମୀ ପ୍ରତାପ ମହାନ୍ତି ଜିଲ୍ଲା ପ୍ରଶାସନ, ତହସିଲ, ପୂର୍ତ୍ତ ବିଭାଗ ଏବଂ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଥ‌ିଲେ। ଆବେଦନର ଦୁଇମାସ ପରେ ବି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଯାଜପୁର ତହସିଲ ପ୍ରଶାସନ ନିରବ ରହିଥିଲା। ଜଳସମ୍ପଦ ବିଭାଗ ଓ ପୂର୍ତ୍ତ ବିଭାଗ ସୂଚନା ଅଧିକାର ତଥ୍ୟରେ ଏହି ବାଲି ପୋତା କାମ ସେମାନଙ୍କ ବିଭାଗର ନୁହେଁ ବୋଲି ଜଣାଇଥିଲେ।

ବର୍ତ୍ତମାନ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ଯେ ଏହି ସ୍ଥାନରେ ୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ସ୍ପୋର୍ଟ୍ସ ଏକାଡେମୀ ହେବ । ଏଥିପାଇଁ ଖୁବ୍‌ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି। ଆହୁରି ମଧ୍ୟ ଜଣାପଡ଼ିଛି ଯେ ଏହାରି ଭିତରେ ପାଖାପାଖି ପ୍ରାୟ ୧୩ ପ୍ରକାର କ୍ରୀଡ଼ା ପାଇଁ ବ୍ୟବସ୍ଥା ରହିବ। ଏଠାରେ କ୍ରିକେଟ ଓ ଫୁଟବଲ ଷ୍ଟାଡିୟମ ନିର୍ମାଣ ପାଇଁ ମଧ୍ୟ ଯୋଜନା ରହିଛି। ପରିବେଶ ମଞ୍ଜୁରି ଏବଂ ‌ଅଦାଲତରେ ମାମଲା ଭୟରେ ଏଭଳି ଗୋପନ ବିକାଶ କରାଯାଉଥିବା ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।