ଅପରାଧ ରାଜ୍ୟ

ଚୋରକୁ ଧରାପକାଇଲା ସିସିଟିଭି, ୪୯ ମୋବାଇଲ୍‌ ଫୋନ୍‌ ଜବତ

କଟକ: ସିଲଭରସିଟିରୁ ଏକ ମୋବାଇଲ ଚୋରକୁ ଧରିଲା କଟକ କମିସନରେଟ ପୁଲିସ । ଧରା ପଡିଥିବା ମୋବାଇଲ ଲୁଟେରାର ନାଁ ସରୋଜ ବେହେରା । ଗିରଫ ଅଭିଯୁକ୍ତର ଘର ସତୀଚୌରା ଅଞ୍ଚଳ ଇମାମପଡା ବସ୍ତିରେ ବୋଲି ଜଣାପଡିଛି । ସରୋଜ ଠାରୁ ମୋଟ ୪୯ଟି ମୋବାଇଲ ଜବତ କରିଛି ଲାଲବାଗ ଓ ବିଡାନାସି ପୁଲିସ ।

ଅଭିଯୁକ୍ତ ସରୋଜ ଶିଶୁ ଭବନକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲକୁ ଚୋରି କରି ନେଉଥିବା ପୁଲିସ ପକ୍ଷରୁ କୁହାଯାଇଛି । ସରୋଜ କେବେ ଠାରୁ ଏହି ଚୋରିକାମରେ ନିୟୋଜିତ ହୋଇଥିଲା। ଆହୁରି କେତେ ମୋବାଇଲ ଚୋରି କରିଥିଲା ଓ ସେଗୁଡ଼ିକ କାହା ପାଖରେ ବିକ୍ରି କରଥିଲା ପୁଲିସ ତଦନ୍ତ କରିବ। ତେବେ ଏଣିକି ସହର ବିଭିନ୍ନ ଥାନା ପଡି ରହିଥିବା ମୋବାଇଲ ଚୋରି ଓ ହଜିବା ମାମଲା ଗୁଡିକୁ ଗୁରୁତର ଭାବେ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।