ଖେଳ ଦେଶ ବିଦେଶ

ଚେନ୍ନାଇ ହାରିବା ପରେ ଧୋନିଙ୍କୁ ଆଉ ଏକ ଝଟ୍‌କା: ଲାଗିଲା ୧୨ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ ୧୧/୦୪ : ଯୁବ କ୍ୟାପଟେନ ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲର ପ୍ରଥମ ମ୍ୟାଚରେ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୭ ୱିକେଟରେ ହରାଇଛି। ସିଏସକେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୮୯ ରନର ଲକ୍ଷ୍ୟ ଦେଇଥିଲା। ଦିଲ୍ଲୀ ଟିମର ଶିଖର ଧୱନ ଓ ପୃଥ୍ବୀ ଶଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଟିମ ସହଜରେ ବିଜୟ ହାସଲ କରିଥିଲା। ସିଏସକେ କ୍ୟାପଟେନ୍ ଓ ଧୋନିଙ୍କ ପାଇଁ ପ୍ରଥମ ମ୍ୟାଚ ଭଲ ପ୍ରମାଣିତ ହୋଇନଥିଲା। ଧୋନି ଖାତା ନ ଖୋଲି ବୋଲ୍ଡ ହୋଇଗଲେ। ମ୍ୟାଚ୍ ପରେ ଆଇପିଏଲ୍ ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ ତାଙ୍କ ଉପରେ ଜରିମାନା ଲଗାଇଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସ୍ଲୋ ଓଭର ରେଟ୍ ପାଇଁ ଧୋନିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ବିସିସିଆଇ ନିୟମ କରିଛି ଯେ ପ୍ରତ୍ୟେକ ଟିମକୁ ୯୦ ମିନିଟରେ ୨୦ ଓଭର ପୁରା କରିବାକୁ ହେବ। ଏହା ପୂର୍ବରୁ ନିୟମ ଥିଲା ଯେ ୨୦ତମ ଓଭର ୯୦ ମିନିଟରେ ଆରମ୍ଭ କରାଯାଉ କିନ୍ତୁ ବର୍ତ୍ତମାନ ଦେଢ଼ ଘଣ୍ଟା ଭିତରେ ନିର୍ଦ୍ଧାରିତ ୨୦ ଓଭର ଶେଷ କରିବାକୁ ହେବ। ୯୦ ମିନିଟରେ ଟିମକୁ ଅଢେଇ-ଅଢେଇ ମିନିଟର ଦୁଇଥର ଟାଇମ୍ ଆଉଟ୍ ମିଳିବ। ଅର୍ଥାତ ଟିମକୁ ୮୫ ମିନିଟରେ ମୋଟ୍ ୨୦ ଓଭର୍ ଖେଳିବାକୁ ହେବ। ସେ ହିସାବରେ ଘଣ୍ଟାଏରେ ପ୍ରତି ଟିମକୁ ୧୪.୧୧ ଓଭର୍ ଖେଳିବାକୁ ହେବ।

ଅପରପକ୍ଷରେ ମ୍ୟାଚ ହରିବାପରେ ଧୋନି କହିଥିଲେ ଯେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆଇପିଏଲର ପ୍ରଥମ ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ବୋଲରଙ୍କୁ ନିଜ ନିଜ ଭୁଲ ସୁଧାରିବାକୁ ହେବ। ଧୋନି କହିଥିଲେ, ‘ଆମେ ଆହୁରି ଭଲ ବୋଲିଂ କରି ପାରିଥାନ୍ତି। ବୋଲର ଭଲ ପ୍ରଦର୍ଶନ କରିନାହାନ୍ତି ଏବଂ ଅଭୁତ ଢିଲା ବୋଲିଂ କରିଛନ୍ତି। ଆଗକୁ ଭଲ ପ୍ରଦର୍ଶନ କରିବେ।’

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ