ଦେଶ ବିଦେଶ ସ୍ୱାସ୍ଥ୍ୟ

ଚେନ୍ନାଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ ୨୯।୧୦ : ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍‌ର ସୁପରଷ୍ଟାର ରଜନୀକାନ୍ତ। ଗତକାଲି ତାଙ୍କୁ ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ରୁଟିନ୍‌ ଚେକଅପ୍‌ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ନେଇ ଜଣାପଡିଛି। କିଛି ଦିନ ପୂର୍ବରୁ ତାଙ୍କୁ ଦାଦା ସାହେବ ଫାଲକେ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା।

ତେବେ ସେ ରୁଟିନ ଚେକ୍‌ଅପ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ସୂଚନା ମିଳିବାପରେ ତାଙ୍କର ଫ୍ଯାନ୍ସ ମାନେ ଦୀର୍ଘ ନିଶ୍ବାସ ନେଇଛନ୍ତି। ଗୁରୁବାର ଅପରାହ୍ନ ୪.୩୦ରେ ରଜନୀକାନ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। ନିୟମିତ ଭାବେ ତାଙ୍କର ରୁଟିନ ଚେକଅପ୍‌ କରାଯାଇଥାଏ। ସେ ବର୍ତ୍ତମାନ ଚେକଅପ ପାଇଁ ଗୋଟିଏ ଘରୋଇ ହସ୍ପିଟାଲରେ ରହିଛନ୍ତି।

କିଛି ଦିନ ତଳେ ରଜନୀକାନ୍ତ ଫାଲେକ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀରେ ରହିଥିଲେ। ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ତେବେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ କ୍ରେଜ୍‌ ଦୀର୍ଘ ବର୍ଷ ହେଲାଣି ରହିଛି। ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଭଗବାନଙ୍କ ଭଳି ପୂଜା କରନ୍ତି। ନିକଟରେ ରଜନୀକାନ୍ତଙ୍କ ଅପ୍‌କମିଂ ଫିଲ୍ମ Annaatthae ରେ ତାଙ୍କର ଫାଷ୍ଟଲୁକ୍‌ ରିଲିଜ୍‌ ହୋଇଥିଲା। ଯାହାର ପୋଷ୍ଟର ଆସିବା ପରେ ଫ୍ୟାନ୍‌ମାନେ ଖୁସିରେ ବିଭୋର ହୋଇଯାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ