ଖେଳ ଦେଶ ବିଦେଶ

ଚେନ୍ନାଇକୁ ଚିତ୍ କଲା ବାଙ୍ଗାଲୋର: ୫,୦୦୦ ବଲ୍ ଖେଳିବାରେ କୋହଲି ପ୍ରଥମ

ପୁଣେ: ଡେଭନ୍ କନୱେ (୫୬)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ଗତ ସଂସ୍କରଣ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍‌ର ବୁଧବାର ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ଠାରୁ ୧୩ ରନ୍‌ରେ ପରାଜିତ ହୋଇଛି। ଆର୍‌ସିବି ଏକାଦଶ ମ୍ୟାଚ୍‌ରୁ ଷଷ୍ଠ ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଚେନ୍ନାଇ ଦଶମ ମ୍ୟାଚ୍‌ରୁ ସପ୍ତମ ପରାଜୟ ବରଣ କରି ଶେଷ ଆଡ଼ୁ ଦ୍ବିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ଏହି ଦଳର ପ୍ଲେ ଅଫ୍ ଖେଳିବା ଆଶଙ୍କା ଭିତରକୁ ଚାଲିଯାଇଛି।

ଆର୍‌ସିବି ଆଜି ଚେନ୍ନାଇ ସମ୍ମୁଖରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ‌ହେଲେ ଚେନ୍ନାଇ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୬୦/୮ରେ ଅଟକି ଯାଇଥିଲା। କନୱେଙ୍କ ଛଡ଼ା କେବଳ ମୋଇନ ଅଲ୍ଲୀ ୩୪ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ଓପନର ଋତୁରାଜ ଗାଏକ୍ବାଡ୍ ୨୮ ରନ୍ କରିଥିଲେ। ଅଧିନାୟକ ଧୋନି ଏବଂ ପୂର୍ବତନ ଅଧିନାୟକ ରବୀନ୍ଦ୍ର ଜାଦେଜା ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ୩୫ ରନ୍‌ ଦେଇ ୩ ୱିକେଟ୍‌ ନେଇଥିବା ଆର୍‌ସିବି ଦ୍ରୁତ ବୋଲର ହର୍ଷଲ ପଟେଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

୫,୦୦୦ ବଲ୍ ଖେଳିବାରେ କୋହଲି ପ୍ରଥମ
ଚେନ୍ନାଇ ସୁପରକିଙ୍ଗ୍ସ ଟସ୍ ଜିତି ଆଶାଜନକ ଭାବେ ଆର୍‌ସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପୂର୍ବତନ ଅଧିନାୟକ କୋହଲି (୩୦) ପୁଣି ଥରେ ମନ୍ଥର ବ୍ୟାଟିଂ କରିଥିଲେ। ଏହି ପାଳି ଭିତରେ ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ରେ ୫,୦୦୦ ବଲ୍‌ର ସମ୍ମୁଖୀନ ହୋଇଥିଲେ। ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ (୩୮)ଙ୍କ ସହ ମିଶି ପ୍ରଥମ ୱିକେଟ୍‌ରେ ୬୨ ରନ୍ ଯୋଡ଼ିଥିଲେ ସେ। ଉଭୟଙ୍କୁ କିନ୍ତୁ‌ ମୋଇନ୍ ଅଲ୍ଲୀ ଶିକାର କରି ନେଇଥିଲେ। ତେବେ ଡୁ’ପ୍ଲେସିସ୍ ଓ କୋହଲି ଆଉଟ୍ ହେବା ମଝିରେ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ରନ୍ ଆଉଟ୍ ହେବା ଆର୍‌ସିବି ପାଇଁ ମସ୍ତବଡ଼ ଝଟ୍‌କା ଥିଲା। ଏହି ତିନି ଜଣ ୧୭ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ପରେ ମହିପାଲ ଲୋମରର (୪୨), ରଜତ ପଟିଦାର (୨୧) ଏବଂ ଦୀନେଶ କାର୍ତ୍ତିକ (୨୬*)ଙ୍କ ଉପଯୋଗୀ ହେଲେ ଦ୍ରୁତ ବ୍ୟାଟିଂ ବଳରେ ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୩ ରନ୍ କରି ନେଇଥିଲା। ୨୧ ବର୍ଷୀୟ ସ୍ପିନର ମହେଶ ଥିକସାନା ବୋଲିଂ କରିଥିବା ଊନ୍ନବିଂଶ ଓଭରରେ ତିନିଟି ୱିକେଟ୍ ହରାଇବା ପରେ ଆର୍‌ସିବି ୨୦୦ ରନ୍‌ର ନିକଟତର ହୋଇ ପାରିନଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ