ରାଜ୍ୟ ସ୍ୱାସ୍ଥ୍ୟ

ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା

ବିନିକା, ୧୪/୦୫ : କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ କରିଛନ୍ତି l ଲୋକଙ୍କ ଦୈନିକ ଖାଦ୍ୟ ସାମଗ୍ରୀ ଉପରେ ଯେମିତି ଅସୁବିଧା ନ ହେବ ସେଥିପାଇଁ ସକାଳ ସମୟରେ କଟକଣା ସହ ପନିପରିବା ହାଟ, କିଛି ଦୋକାନ ବଜାର ଖୋଲୁଛି l ସେହି ସବୁ ନିୟମକୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଲୋକେ ଫୁ କରି ବିନିକା ଦୈନିକ ବଜାରରେ ଗହଳି କରୁଛନ୍ତି ।

ପୋଲିସ କେବଳ ସହରର ବିଭିନ୍ନ ଛକ ଗୁଡିକରେ କେତେବେଳେ କେମିତି ମାସ୍କ, ହେଲମେଟ ଚେକିଙ୍ଗ କରି କାମ ସାରିଦେଇଛି l ଏ ଦୈନିକ ବଜାର ଉପରେ ନା ଏନଏସି ପ୍ରଶାସନ ର ନଜର ପଡୁଛି ନା ପୋଲିସର ପଡୁଛି l ବିନିକା ଅଞ୍ଚଳର ଲୋକେ ଅମାନିଆ ହେବା ସହ ପୋଲିସ ପ୍ରଶାସନ ସବୁ ଦେଖି ନଦେଖିବା ଭଳି ରହିଯାଇଛି l ବଜାରରେ ନା ଅଛି ସାମାଜିକ ଦୂରତ୍ବ ନା ସମସ୍ତେ ମାସ୍କ ଲଗାଇଛନ୍ତି l

ଦିନକୁ ଦିନ ବିନିକା ଅଞ୍ଚଳରେ କରୋନା ମହାମାରୀର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି l ବିନିକା ଅଞ୍ଚଳରେ ଲୋକେ ବିଭିନ୍ନ ବାହାନା ଯଥା ଔଷଧ, ଡାକ୍ତରଖାନା କହି ସହର ଭିତରେ ଭିଡ଼ ଜମାଉଛନ୍ତି lକରୋନା କଟକଣାକୁ କଡାକଡି ପାଳନ କରିବା ସହ ଅମାନିଆଙ୍କୁ ସାବାଡ କରିବା ପାଇଁ ସରକାର କଡ଼ା ନିର୍ଦେଶ କରିଛନ୍ତି କିନ୍ତୁ ବିନିକା ପ୍ରଶାସନର ଖାମଖିଆଲି ପାଇଁ ସବୁ ଦେଖି ଆଖି ବନ୍ଦ କରିରହୁଥିବାରୁ ବିନିକା ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ