ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୀନ୍‌ କ୍ଷେପଣାସ୍ତ୍ର ମାଡ଼ର ଜବାବ ଦେବ ଜାପାନ

ଟୋକିଓ : ଆମେରିକା ସଂସଦ ବାଚସ୍ପତି ନାନ୍ସି ପେଲୋସି ତାଇୱାନ ପରେ ଜାପାନ ଗସ୍ତରେ ଯାଇ ଚୀନ୍‌ ବିରୋଧୀ ବୟାନ ଦେଇଥିବାରୁ ଏଥିରେ ଚୀନ୍‌ ଅଧିକ ଉଗ୍ର ହୋଇଉଠିଛି । ତାଇୱାନ ଚାରିପଟେ ବୃହତ୍ତମ ସମରାଭ୍ୟାସ ଆରମ୍ଭ କରିଥିବା ଚୀନ୍‌ ଜାପାନକୁ ଟାର୍ଗେଟ୍‌ କରି ୫ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ କରିଛି। ଜାପାନର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ଅଞ୍ଚଳରେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜାପାନ ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚୀନ୍‌ର ଏଭଳି ଆକ୍ରମଣର ଜବାବ ଦେବାକୁ ଜାପାନ ପ୍ରସ୍ତୁତ ଅଛି ଏବଂ ଖୁବ୍‌ଶୀଘ୍ର ଚୀନ୍‌ ଏହାର ପରିଣାମ ଦେଖିବାକୁ ପାଇବ ବୋଲି ଶୁକ୍ରବାର ଦିନ ଜାପାନ ସ୍ପଷ୍ଟ କରିଦେଇଥିବାରୁ ଏହା ଆଗକୁ ବଡ଼ ଯୁଦ୍ଧର ସଙ୍କେତ ଦେଉଛି ବୋଲି କୁହାଯାଉଛି ।

ଚୀନ୍‌ର ନୌବାହିନୀ ଏବଂ ବିମାନବାହିନୀ ଦ୍ବୀପଦେଶ ତାଇୱାନର ଚାରିପଟେ ୬ଟି ଅଞ୍ଚଳରେ ସମରାଭ୍ୟାସ କରିବା ସହ ଜାପାନକୁ ମଧ୍ୟ ଡରାଇବା ପାଇଁ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ଜାପାନ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ମିସାଇଲ୍‌ ଆକ୍ରମଣ ନେଇ ଶୁକ୍ରବାର ଦିନ ଫଟୋ ଜାରି କରିବା ସହ ଯୁଦ୍ଧାଭ୍ୟାସ ଆଳରେ ଚୀନ୍‌ ସମସ୍ତଙ୍କୁ ଆତଙ୍କିତ ଅବସ୍ଥାରେ ରଖିବାକୁ ଚାହୁଥିବା କହିଛି।

ଚୀନ୍ ପଟୁ ବିପଦ ଆଶଙ୍କା କରି ତାଇୱାନ ମଧ୍ୟ ନିଜ ସେନାକୁ ଜାଗ୍ରତ ରଖିଛି ଏବଂ ଘରୋଇ ପ୍ରତିରକ୍ଷା ଅଭ୍ୟାସ ମଧ୍ୟ କରୁଛି। ତାଇୱାନର ଟ୍ୟାଙ୍କ୍‌ଗୁଡ଼ିକ ଏବେ ରାସ୍ତାକୁ ଓହ୍ଲାଇଛି। ଆତ୍ମରକ୍ଷା ପାଇଁ ଆମେ ଯେ କୌଣସି ସ୍ତରକୁ ଯାଇପାରିବୁ ବୋଲି ତାଇୱାନ ରାଷ୍ଟ୍ରପତି ସାଇ ଇଂଗ୍‌ ୱେନ୍‌ କହିଛନ୍ତି। ଇତିମଧ୍ୟରେ ଆମେରିକା ବି ଏହାର ଅନେକ ଯୁଦ୍ଧଜାହାଜକୁ ସଂଘର୍ଷ ଅଞ୍ଚଳ ଚାରିପଟେ ଠୁଳ କରିଛି। ତାଇୱାନ ପଟକୁ ଲଗାତାର ଗୋଳା ବର୍ଷା କରୁଥିବା ଚୀନ୍‌ ଏହାକୁ ଯୁଦ୍ଧ ଅଭ୍ୟାସର ନାମ ଦେଇଛି। ତାଇୱାନର ବାଣିଜ୍ୟିକ କାରବାରକୁ ଠପ୍‌ କରିଦେବା ପାଇଁ ଚୀନ୍‌ ଏବେ ବିଶାଳ ଘେରାବନ୍ଦୀ କରିଥିବାରୁ ଏହାର ମୁକାବିଲା କିଭଳି କରିହେବ ସେ ନେଇ ତାଇୱାନ ମିତ୍ର ରାଷ୍ଟ୍ରମାନେ ଚିନ୍ତାରେ ଅଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ