ସାଂଘାଇ ୧୨/୦୫ : ଚୀନରେ ବେକାବୁ ପରିସ୍ଥିତି । କରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ ଭାରିଆଣ୍ଟ ଲାଗି ସ୍ଥିତି ଅଣାୟତ୍ତ । ଏବେ ଆଗକୁ ଆହୁରି ସ୍ଥିତି ସଂଗୀନ ହେବ ବୋଲି ଚେତାଇଦେଇଛନ୍ତି ବିଶେଷଜ୍ଞଚ । ଆଗକୁ କରୋନାର ସୁନାମି ଦେଖାଦେବ ବୋଲି ଚର୍ଚ୍ଚା ହେଲାଣି । ଚୀନର ଫୁଡାନ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ମୁତାବକ ଯଦି ଚିନୀ ତାର ଜିରୋ କୋଭିଡ ପଲିସିରେ କୋହଳ କରେ ତେବେ ଜୁଲାଇ ସୁଦ୍ଧା ୧୬ ଲକ୍ଷ ହୋଇପାରେ ମୃତ୍ୟୁ ।
ଫୁଡାନ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଏତିକିବେଳେ ଆସିଛି ଯେତେବେଳେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନର ଜିରୋ କୋଭିଡ ପଲିସିକୁ ନେଇ ପ୍ରଶ୍ନ ଉଠାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛଥିଲା ଯେ,, ଏହା ବାଦ ଅନ୍ୟ କୌଣସି ଉପାୟ ଅବଲମ୍ୱନ କରିବା କଥା । ଡିସେମ୍ୱର ୨୦୧୯ରେ ଚୀନ ଓ୍ୱୁହାନରେ କରୋନା ସଂକ୍ରମଣ ପ୍ରଥମ ମାମଲା ନଜରକୁ ଆସିଥିଲା ।
୨୦୨୦ରେ ଯେବେ ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପିଲା ସେତେବେଳେ ଚୀନ ଦାବି କରିଥିଲେ ଆମ ଦେଶରେ କରୋନା ସଂକ୍ରମଣ କମିଛି । ୨୦୨୧ ରେ ଯେବେ ଡେଲଟା ଭାରିଆଣ୍ଟ ସାମ୍ନାକୁ ଆସିଲା ସେବେ ମଧ୍ୟ ଚୀନ ଦାବି କରିଥିଲା ଯେ, ୧୪ ଦିନରେ ସଂକ୍ରମଣରେ ଆମେ କାବୁ ପାଇଛୁ । କିନ୍ତୁ ଏବେ ଓମିକ୍ରନ ଭାରିଆଣ୍ଟ ସ୍ଥିତିକୁ ବଦଳାଇଦେଇଛି ।
ଡେଲଟା ତୁଳନାରେ ଓମିକ୍ରନ କେତେ ଗୁଣା ଅଧିକ ସଂକ୍ରମାକ ଅଟେ । ଚୀନର ସବୁଠୁ ଖରାପ ପରିସ୍ଥିତି ସାଂଘାଇର ଅଟେ । ଏଠାରେ ୬ ସପ୍ତାହରୁ ଅଧିକ ଲକଡାଉନ ଲାଗିଛି । ୨୫ କୋଟିରୁ ଅଧିକ ଲୋକ ଲକଡାଉନରେ ଅଛନ୍ତି । ପୁରା ଚୀନରେ ୪୦ କୋଟିରୁ ଅଧିକ ଲୋକ କୌଣସି ନା କୌଣସି କାରଣରୁ ଘର ବାହାରୁନାହାଁନ୍ତି ।