ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚିଲ୍‌ଡ୍ରେନ୍ସ ହୋମ୍‌ରେ ଛଅ ବ‌ର୍ଷରୁ ଅଧିକ ବୟସର ଶିଶୁଙ୍କ ତାଲିକା ପ୍ରସ୍ତୁତ କର, ରାଜ୍ୟଗୁଡ଼ିକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ : ଚିଲ୍‌ଡ୍ରେନ୍ସ ହୋମ୍‌ରେ ରହୁଥିବା ଛଅ ବର୍ଷରୁ ଅଧିକ ବୟସର ଶିଶୁ ଯେଉଁମାନଙ୍କୁ ଆଡପ୍ଟ କରାଯାଇନାହିଁ ସେମାନଙ୍କ ତାଲିକା ରାଜ୍ୟମା‌ନଙ୍କୁ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

ଶିଶୁ ସୁରକ୍ଷା – ଶିଶୁ କଲ୍ୟାଣ ସଂପର୍କିତ କର୍ମଶାଳାକୁ ସ‌ମ୍ବୋଧନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଇରାନୀ କହିଛନ୍ତି, ଏହି ତାଲିକା ପ୍ରସ୍ତୁତ ପରେ କେନ୍ଦ୍ର ଶିଶୁମାନଙ୍କୁ ଆଡପ୍ଟ କରିବାର ବ୍ୟବସ୍ଥା କରିବ। ଏହାର ଦାୟିତ୍ବ ଚାଇଲ୍ଡ ୱେଲଫେୟାର ସେଣ୍ଟର(ସିଡବଲ୍ୟୁସି) ମାନଙ୍କୁ ଦିଆଯାଇଛି। ସିଡବଲ୍ୟୁସି ଶିଶୁ ମଙ୍ଗଳ କେନ୍ଦ୍ରରେ ରହୁଥିବା ଶିଶୁମାନଙ୍କୁ ସେମାନଙ୍କର ପରିବାରଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରୁଛି। ଏଭଳି ପ୍ରୟାସ ଜରିଆରେ ଦେଶର ୧ ଲକ୍ଷ ୪୫ ହଜାର ଶିଶୁଙ୍କୁ ସେମାନଙ୍କର ପରିବାରକୁ ଫେରାଇ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ