ରାଜ୍ୟ ସ୍ପେଶାଲ ରିପୋର୍ଟ

ଚିଲିକାକୁ ବିପଦ ‘ନଳଘାସ’ର ନିଆଁ: ବୁଡିଯିବେ ବାଘାଡ଼ି, ମାଗୁର, ଗଡ଼ିଶା ବଂଶ!

ଟାଙ୍ଗୀ: ଚିଲିକାକୁ ବିପଦ ନଳଘାସ। କେଇଟା ବର୍ଷ ତଳେ ଚିଲିକାରେ ଆବିର୍ଭାବ ହୋଇଥିବା ଏ ଘାସ ବଂଶଟି କେବଳ ଚିଲିକାର ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ଠିଆ କରିନାହିଁ, ବରଂ ଗ୍ରୀଷ୍ଣ ଦିନେ ନଳଘାସରେ ନିଆଁର ସଂଯୋଗ ଏମିତି ହୁତ୍‌ହୁତ୍‌ ହୋଇ ଜଳିଲାଣି ଯେ, ନଳଘାସ ମୂଳେ ନିଜର ବଂଶ ବଢ଼ାଉଥିବା ବାଘାଡ଼ି ବଂଶ ପାଇଁ ବି ବିପଦ ଘନେଇଲାଣି। ଚିଲିକାର ଏହି ମୂଲ୍ୟବାନ ଜୀବଟି ପାଇଁ ନଳର ନିଆଁ ବିପଦପୂର୍ଣ୍ଣ ହୋଇନାହିଁ, ତା’ ସହିତ କଉ, ମାଗୁର, ଗଡ଼ିଶା ଏବଂ ତୋଡ଼ି ଭଳି ମୂଲ୍ୟବାନ ମାଛକୁ ବିପଦ ଘନେଇଲାଣି। ଚିଲିକା ହ୍ରଦ ସାରା ଆସ୍ଥାନ ଜମାଇ ଥିବା ନଳଘାସର କୌଣସି ସ୍ଥାୟୀ ସମାଧାନ କରା ନଗଲେ, ଆଗକୁ ପରିବେଶ ପାଇଁ ଏକ ବଡ଼ ବିପଦ ଠିଆ କରିବ, ଏବେଠୁ ତାହା ଜଳଜଳ ଦିଶିଲାଣି। ସୂଚନା ମୁତାବକ, ଏ ସମସ୍ୟା ବେଶି ଉପୁଜିଛି ଚିଲିକା ଉପକୂଳ ହାଟବରଡ଼ିଠାରୁ ଭୁଷଣ୍ଡପୁର ଯାଏ। ଏହି ଅଞ୍ଚଳରେ ନଳଘାସ ବିସ୍ତାର ପ୍ରବଳ ମାତ୍ରାରେ ହେଲାଣି। ନଳଘାସ ଯୋଗୁ ଚିଲିକାର ସୌନ୍ଦର୍ଯ୍ୟ ଖସିଲାଣି ଏବଂ ମତ୍ସ୍ୟଜୀବୀଙ୍କର ଆର୍ଥିକ ସଂକଟ ତିଆରି କଲାଣି। ଏ ନଳଘାସ ଦେଇ ଡଙ୍ଗା ନେବା ଆଣିବା କଷ୍ଟକର ହୋଇପଡ଼ୁଥିବା ବେଳେ ଏ ନଳଘାସକୁ ହଟାଇବା ପାଇଁ ଗ୍ରୀଷ୍ମ ଋତୁ ହେଉଛି ଏକ ପ୍ରମୁଖ ସମୟ। ଏହି ସମୟରେ ଘାସ ପ୍ରାୟ ଶୁଖିଲା ପଡ଼ୁଥିବା ବେଳେ ସ୍ଥାନୀୟ କିଛି ଲୋକ ନିଜ ସୁବିଧା ପାଇଁ ଘାସରେ ନିଆଁ ଲଗାଇ ଦେଲେଣି। ଫଳ ସ୍ବରୂପ, ନିଆଁ ହୁତ୍‌ହୁତ୍‌ ହୋଇ ଜଳୁଛି। ଶୁଖିଲା ନଳଘାସ ସହିତ ସବୁଜ ଘାସ ବି ଜଳି ଦୂରଯାଏ ଛାର୍‌ଖାର୍‌ ହେଉଛି। ଏହାଦ୍ବାରା ନଳଘାସ ସମୂଳେ ନାଶ ହେଉ ନାହିଁ, ବରଂ ସାମୟିକ ନଷ୍ଟ ହେଉଛି, ଯାହାର ପ୍ରଭାବ ପରିବେଶ ଉପରେ ଢେର୍‌ ପଡ଼ୁଛି।

ଏ ନିଆଁ ଦ୍ବାରା ବେଶି ପ୍ରଭାବିତ ହେଉଛନ୍ତି, ନଳଘାସ ବୁଦା ମୂଳେ ରହୁଥିବା ବାଘାଡ଼ି ବଂଶ। ଏହା ଏକ ମାଛ ଖିଆ ବିଲେଇ ପ୍ରଜାତିର ପଶୁ। ଚିଲିକାରେ ହିଁ ଏ ବଂଶଜଙ୍କୁ ଦେଖିବାକୁ ମିଳେ। ଯାହା ଧୀରେଧୀରେ ଲୋପପାଇବାକୁ ବସିଲାଣି। ପୂରା ନଳଘାସର ବୁଦା ହୁତ୍‌ହୁତ୍‌ ହୋଇ ଜଳିବା ଦ୍ବାରା ସେମାନଙ୍କ ପାଇଁ ବିପଦ ଘନେଇଛି। ଦ୍ବିତୀୟ ବିପଦ ହେଉଛି, ଉପରୋକ୍ତ ମାଛ ପ୍ରଜାତି ପାଇଁ। ଏହି ସବୁ ମାଛ ଚିଲିକାରେ ରୁହନ୍ତି। ବିଶେଷ କରି ନଳଘାସ ବୁଦା ମୂଳେ ବାସ କରନ୍ତି। ନଳଘାସରେ ନିଆଁ ଲାଗିବା ଯୋଗୁ ଏ ମତ୍ସ୍ୟ ସମ୍ପଦ ପାଇଁ ମଧ୍ୟ ବିପଦ ଘନେଇଛି। କେବଳ ସେତିକି ନୁହେଁ, ନଳଘାସ ପୋଡ଼ିବା ଯୋଗୁ ବାୟୂ ପ୍ରଦୂଷଣ ବି ହେଉଛି। ଘାସରୁ ବାହାରୁଥିବା ପାଉଁଶ ବହୁ କିଲୋମିଟର ବ୍ୟାପୀ ଉଡ଼ୁଛି। ରାସ୍ତାରେ ଯାତାୟାତ କରୁଥିବା ବାଇକ୍‌ ଚାଳକଙ୍କ ପାଇଁ ମଧ୍ୟ ଏହା ସମସ୍ୟା କଲାଣି। ତେଣୁ ନଳଘାସର ସାମୟିକ ସମାଧାନ ପରିବର୍ତ୍ତେ ସ୍ଥାୟୀ ସମାଧାନ କରାଯିବା ଜରୁରି ହୋଇପଡ଼ିଛି। ଏ ସମ୍ପର୍କରେ ଚିଲିକା ମତ୍ସ୍ୟଜୀବୀ ନେତା ଦିଲୀପ ବେହେରା କହିଛନ୍ତି, ଚିଲିକା ଆଗ ଭଳି ଆଉ ନାହିଁ। ନଳଘାସ ହିଁ ଏହାକୁ ସଙ୍କୁଚିତ କରି ଦେଲାଣି। ନଳଘାସ ପ୍ରାୟ ୭୦ ବର୍ଗ କିଲୋମିଟର ଜାଗା ମାଡ଼ି ବସିଲାଣି। ଯାହା ଚିଲିକାର ସୌନ୍ଦର୍ଯ୍ୟକୁ ନଷ୍ଟଭ୍ରଷ୍ଟ କରିବା ସହିତ ମତ୍ସ୍ୟଜୀବୀଙ୍କ ଜୀବିକାକୁ ମାରି ଦେଲାଣି। ତେଣୁ ତୁରନ୍ତ ନଳଘାସ ହଟାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।