ରାଜ୍ୟ ସ୍ୱାସ୍ଥ୍ୟ

ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଏଣ୍ଟ: ୩ ଦେଶର ଫେରନ୍ତାଙ୍କ ପାଇଁ ୧୦ ଦିନିଆ ସଙ୍ଗରୋଧରେ ରଖିବାକୁ ଆଡ଼ଭାଇଜରୀ ଜାରି

ଭୁବନେଶ୍ୱର,: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । ଏହାପରେ ଦକ୍ଷିଣ ଆଫ୍ରିକା, ବୋସୱାନା ଓ ହଂକଂରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଛି । ଏସମ୍ପର୍କରେ ଡ଼ିଏମ୍‌ଇଟି ରମା ରମଣ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଏହି ୩ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି ହୋଇଛି । କେନ୍ଦ୍ର ସରକାର ଏବଂ ଡବ୍ଲ୍ୟୁଏଚ୍‌ଓ ଏହାକୁ ନେଇ ସତର୍କ କରାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସ୍ଥିତି ସ୍ଥିର ରହିଛି । ନୂଆ ଭାରିଏଣ୍ଟ ଦେଖାଦେଇଥିବା ଦେଶରୁ ଆସୁଥିବା ଲୋକମାନଙ୍କ ପାଇଁ କଟକଣା ଜାରି ହେବା ଉଚିତ । ସେମାନଙ୍କୁ ଅତି କମ୍‌ରେ ୧୦ଦିନ ସଙ୍ଗରୋଧରେ ରଖିଲେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ଡିଏମ୍‌ଇଟି କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ