ଲାଇଫ୍ ଷ୍ଟାଇଲ

ଚାହା ତୁଳନାରେ କଫିରୁ ଦୁଇ ଗୁଣ ଅଧିକ ଶକ୍ତି ମିଳେ, ଆହୁରି ରହିଛି ଅନେକ ସୁବିଧା

ଭାରତୀୟ ମାନେ ପ୍ରାୟତଃ ଚା ପିଇବାର ଅଭ୍ୟାସ ରଖିଥାନ୍ତି। ମାତ୍ର ଜାଣିରଖନ୍ତୁ ଯେ କଫି ପିଇବା ଚା’ଠାରୁ ବି ବେଶି ଭଲ ହୋଇଥାଏ। କଫିକୁ ନେଇ ନିକଟରେ ହୋଇଥିବା ଗୁଡ଼ାଏ ଗଷେବଣାରୁ ତା’ର ଅନେକ ସୁଗୁଣ ଥିବା ଦେଖିବାକୁ ମିଳିଛି। କଫି ବିଶ୍ବର ଦ୍ବିତୀୟ ଲୋକପ୍ରିୟ ପାନୀୟ। ଚାହା ତୁଳନାରେ କଫିରୁ ଦୁଇ ଗୁଣ ଶକ୍ତି ମିଳେ।
ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ କ୍ଳୋରୋନିକ କିଡନୀ ଡିିଜିଜ (ସିକେଡି) ରୋଗୀ ଯଦି ଅଧିକ ମାତ୍ରାରେ କଫି ପିଉଥିବେ ତେବେ ବଢ଼ିପାରିବ ସେମାନଙ୍କ ଜୀବନକାଳ।
ଅଧିକ କଫି ନ ପିଉଥିବା ଲୋକଙ୍କ ପାଖରେ ୨୪ ପ୍ରତିଶତ ମୃତ୍ୟୁର ଆଶଙ୍କା ରହିଥିବା ବେଳେ, କଫି ପିଉଥିବା ଲୋକଙ୍କଠାରେ ୧୨ରୁ ୨୨ ପ୍ରତିଶତ କମ ଆଶଙ୍କା ରହିଥାଏ।
ଏକ ଗବେଷଣା ଫଳାଫଳ ଅନୁଯାୟୀ କଫି, ଅନେକଙ୍କ ପାଇଁ ଏକ ଉପାଦେୟ ପାନୀୟ। କେତେକଙ୍କ କ୍ଷେତ୍ରରେ ଏହା ସ୍ମୃତି ଶକ୍ତି ବଢ଼ାଇବାରେ ସହାୟକ ହୁଏ। ପୁଣି, କେତେକ ଅଲ୍ଝାଇମର୍ସ ରୋଗୀଙ୍କ କ୍ଷେତ୍ରରେ ଔଷଧ ଭଳି କାର୍ଯ୍ୟ କରେ। ସ୍ମୃତିଶକ୍ତି ହ୍ରାସ ଜନିତ ସମସ୍ୟାରୁ ଏହା ମଣିଷକୁ ବଞ୍ଚାଇପାରେ।
କଫି ପିିଇବା ଦ୍ବାରା କର୍କଟ ରୋଗ ହେବାର ସମ୍ଭାବନା କମ୍ ରହିଥାଏ। ମହିଳାଙ୍କ କ୍ଷେତ୍ରରେ ୨୫ ପ୍ରତିଶତ ଓ ପୁୁରୁଷଙ୍କ କ୍ଷେତ୍ରରେ ୨୦ ପ୍ରତିଶତ କର୍କଟ ସମ୍ଭାବନା ହ୍ରାସ ପାଇଥାଏ।
ମସ୍ତିଷ୍କ ପାଇଁ ମଧ୍ୟ କଫି ଖୁବ୍ ଉପକାରୀ। କଫି ପିଇବା ଦ୍ବାରା ମାନସିକ ରୋଗର ସମ୍ଭାବନା କମ୍ ରହିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ