ଦେଶ ବିଦେଶ

ଚାଷୀଙ୍କୁ ପୋଷାକ ପାଇଁ ମେଟ୍ରୋ ସେବାରୁ ନିବୃତ୍ତ କରିଥିବା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କୁ ମିଳିଲା ଉଚିତ ଜବାବ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ମେଟ୍ରୋ ଜଣେ ଚାଷୀଙ୍କୁ ତାଙ୍କ ପୋଷାକ ପାଇଁ ଟ୍ରେନ୍ ସେବାରୁ ନିବୃତ୍ତ କରିଥିବା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି।

ଜଣେ ଯାତ୍ରୀ ରାଜାଜୀନଗର ମେଟ୍ରୋ ଷ୍ଟେସନରେ ଫେବୃଆରି ୧୮ ତାରିଖରେ ଚାଷୀଙ୍କ ସହିତ ଘଟିଥିବା ଏକ ଘଟଣାକୁ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଅବିଶ୍ୱସନୀୟ… କ’ଣ ମେଟ୍ରୋ କେବଳ ଭିଆଇପି ଲୋକଙ୍କ ପାଇଁ? ମେଟ୍ରୋ ସେବା ବ୍ୟବହାର କରିବା ପାଇଁ କୌଣସି ଡ୍ରେସ୍ କୋଡ୍ ଅଛି କି? କାର୍ତ୍ତିକ ସି ଏରାନିଙ୍କ କାର୍ଯ୍ୟକୁ ମୁଁ ପ୍ରଶଂସା କରୁଛି। ଯିଏ ରାଜଜୀନଗର ମେଟ୍ରୋ ଷ୍ଟେସନରେ ଜଣେ ଚାଷୀଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଆମକୁ ସବୁ ସ୍ଥାନରେ ଏହିପରି ହିରୋ ଆବଶ୍ୟକ।’

ଏହି ଘଟଣାକୁ ନେଇ ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ କହିଛି ଯେ ନାମ୍ମା (ବେଙ୍ଗାଲୁରୁ) ମେଟ୍ରୋ ଏକ ଜନସାଧାରଣ ପରିବହନ ଅଟେ। ରାଜଜୀନଗରରେ ଘଟିଥିବା ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଥିବା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କୁ ଚାକିରିରୁ ବାହାର କରି ଦିଅ‌ାଯାଇଛି।  ଯାତ୍ରୀମାନଙ୍କ ସହିତ ହୋଇଥିବା ଏହି ଅସୁବିଧା ପାଇଁ ଆମେ ଅନୁତାପ କରୁଛୁ।’

ଫେବୃଆରି ୨୪ ରେ ଜଣେ ଯାତ୍ରୀ ପୋଷ୍ଟ କରିଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ସୁରକ୍ଷା ପର୍ଯ୍ୟବେକ୍ଷକ ଜଣେ ଚାଷୀଙ୍କୁ ତାଙ୍କ ପୋଷାକ ପାଇଁ ମେଟ୍ରୋ ସେବାରୁ ନିବୃତ୍ତ ରହିବାକୁ କହୁଛନ୍ତି। ଏହାକୁ ଦେଖି ସୁରକ୍ଷା ଯାଞ୍ଚ ପାଇଁ ଧାଡିରେ ଠିଆ ହୋଇଥିବା ଅନ୍ୟ ଜଣେ ଯାତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି କେଉଁ କାରଣରୁ ତାଙ୍କୁ ସେବା ବ୍ୟବହାର କରିବାକୁ ଅନୁମତି ଦେଉ ନାହାଁନ୍ତି ବୋଲି ସୁରକ୍ଷା କର୍ମୀଙ୍କୁ ପ୍ରଶ୍ନ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ