କଳା ଓ ସଂସ୍କୃତି ଦେଶ ବିଦେଶ ମନୋରଞ୍ଜନ

ଚାଲିଗଲେ ରାବଣ

ଲୋକପ୍ରିୟ ଟେଲି ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଛି। ମଙ୍ଗଳବାର ରାତିରେ ୮୨ ବର୍ଷୀୟ ଅରବିନ୍ଦ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମୁମ୍ବାଇର କାନ୍ଦିଭାଲି ସ୍ଥିତ ତାଙ୍କ ବାସଭବନରେ ସେ ପ୍ରାଣତ୍ୟାଗ କରିଛନ୍ତି। ରାମାୟଣର ଲକ୍ଷ୍ମଣ ଓରଫ୍ ସୁନୀଲ ଲାହିରୀ ଅରବିନ୍ଦଙ୍କ ପରଲୋକକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ସେ କହିଛନ୍ତି, ‘ସମସ୍ତଙ୍କ ପ୍ରିୟ ଅରବିନ୍ଦ ଭାଇଙ୍କ ବିୟୋଗ ଆମ ସମସ୍ତଙ୍କୁ ଅଶେଷ ଆଘାତ ଦେଇଛି, ଭଗବାନ ତାଙ୍କ ଅମର ଆତ୍ମାର ସଦ୍‌ଗତି କରନ୍ତୁ। ମୁଁ ମୋ ମୋ କ୍ୟାରିୟରର ଜଣେ ଗାଇଡଙ୍କୁ ହରାଇଲି।’ ଅରବିନ୍ଦଙ୍କ ଭଣଜା କୌସ୍ତୁଭ ତ୍ରି‌ବେଦୀ କହିଛନ୍ତି, ମାମୁ ବେଶ୍ କିଛିଦିନ ହେବ ଅସୁସ୍ଥ ଥିଲେ, ପାଖାପାଖି ତିନିବର୍ଷ ଭିତରେ ସେ ଅନେକ ଥର ହସପିଟାଲରେ ଭର୍ତ୍ତି ହେଇଛନ୍ତି। ଏଥର କିନ୍ତୁ ସେ ଆଉ ହସପିଟାଲରୁ ଫେରିଲେନି। ଅପରପକ୍ଷରେ ଯେଉଁ ରାବଣଙ୍କ ସହ ଲକ୍ଷ୍ମଣଙ୍କର ଅହି-ନିକୁଳ ସମ୍ପର୍କ ପରଦାରେ ଦେଖିବାକୁ ମିଳିଥିଲା, ବାସ୍ତବ ଜୀବନରେ ଏତେ ନିବିଡ଼ କେମିତି ହେଲା, ଏହାଶୁଣି ଅନେକ ବିସ୍ମିତ ହେଉଛନ୍ତି।

ହିନ୍ଦୀ ଚଳଚ୍ଚିତ୍ର ପରାୟା ଧନ, ଜଙ୍ଗଲ ମେ ମଙ୍ଗଲ, ଆଜ କୀ ତାଜା ଖବର, ତ୍ରିମୂର୍ତ୍ତି, ହମ୍ ତେରେ ଆଶିକ୍ ହେଁ ଆଦିରେ ଅରବିନ୍ଦଙ୍କ ଭୂମିକା ମଧ୍ୟ ଦଶର୍କଙ୍କ ଦୃଷ୍ଟି ଆକଷର୍ଣ କରିଥିଲା। ସେ ବିଶେଷ କରି ଗୁଜୁରାଟୀ ସିନେମାରେ ଜଣେ ବିବିଧବର୍ଣ୍ଣର ଅଭିନେତା ଭାବେ ପରିଚିତ ଥିଲେ। ତାଙ୍କ ଅଭିନୀତ ଗଜୁରାଟୀ ଚଳଚ୍ଚିତ୍ର ମଧ୍ୟରେ ଜେସାଲ ତୋରାଲ, କୁଆଁରବାଈ ନୁ ମାମେରୁଁ, ହୋତାଲ ପଦ୍ମିନୀ, ଯୋଗୀଦାସ ଖୁମା, ଶୀତଲ ନେ କାନ୍ଥେ, ସାନ୍ତୁ ରଙ୍ଗିଲୀ, ପୈସୋ ବୋଲେ ଛି, ଭଗତ ଗୋରା କୁମ୍ଭାର, ମାନିୟାରୋ, ସତୀ ତୋରାଲ, ଦାଦା ନେ ବହଲି ଦିକ୍‌ରି ଆଦି ଦର୍ଶକ ପ୍ରିୟ ହେଇଥିଲା। ଗୁଜୁରାଟୀ ସିନେମା ‘ଦେଶରେ ଜୟା ପରଦେଶ ଜୟା’ରେ ଦାଦାଜୀ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦଙ୍କ ପାଇଁ ସେତେବେଳେ ଉକ୍ତ ଗୁଜୁରାଟୀ ସିନେମାଟି ବକ୍ସ ଅଫିସ ରେକର୍ଡ କରିଥିଲା। ଅନ୍ୟୂନ ତିନିଶହ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅରବିନ୍ଦ ବିଶେଷ କରି ସାମାଜିକ ଓ ପୌରାଣିକ କାହାଣୀରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ୨୦୦୨ରେ ସେ ସେଣ୍ଟ୍ରାଲ ବୋର୍ଡ ଫର୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)ର ଚେୟାରମ୍ୟାନ ଭାବେ ଅବସ୍ଥା‌ପିତ ଥିଲେ।

ଚଳଚ୍ଚିତ୍ରରେ ନିପୁଣ ଅଭିନୟ ପାଇଁ ତାଙ୍କୁ ଗୁଜୁରାଟ ସରକାର ସାତ ଥର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରିଛନ୍ତି। ସେ ଗଜୁରାଟର ସବରକଣ୍ଠ ଆସନରୁ ୧୯୯୬ରେ ସାଂସଦ ଭାବେ ନିର୍ବାଚିତ ହେଇଥିଲେ। ୧୯୬୬ରେ ସେ ନଳିନୀଙ୍କୁ ବିବାହ କରିଥିଲେ। ତାଙ୍କର ତିନି କନ୍ୟା ସନ୍ତାନ ଅଛନ୍ତି। ତାଙ୍କ ଭାଇ ଉପେନ୍ଦ୍ର ତ୍ରିବେଦୀ ଜଣେ ନାମକରା ଗୁଜୁରାଟୀ ଚଳଚ୍ଚିତ୍ର ଅଭିନେତା ଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ