ମନୋରଞ୍ଜନ ରାଜ୍ୟ

ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ

ଭୁବନେଶ୍ବର ୨୦/୦୧: ଚାଲିଗଲେ ଆଉ ଜଣେ ତାରକା । ଓଡ଼ିଆ ଚଳଚିତ୍ର ଜଗତର ବିଶିଷ୍ଟ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ବାସଭବନରେ ୬୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରିୟ ମିଶ୍ର । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି। କିଛିଦିନ ପୂର୍ବରୁ ଦିବଂଗତ ଅଭିନେତା ମିହିର ଦାସ ଏବଂ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । ବର୍ତ୍ତମାନ ଯାଏଁ ମିହିର ଦାସଙ୍କ ପରଲୋକ ଦୁଃଖ ପ୍ରଶଂସକମାନେ ଭୁଲିନଥିବା ବେଳେ ପୁଣି ଆଉ ଜଣେ ବରିଷ୍ଠ ଅଭିନେତା ଆଖି ବୁଜିଛନ୍ତି ।

ଅଭିନେତା ପ୍ରିୟ ସୁନ୍ଦର ମିଶ୍ର ପେଶାରେ ଜଣେ ଓକିଲ ଥିଲେ କିନ୍ତୁ ନିଶା ଥିଲା ଅଭିନୟ । ନିଜର ପେସାରେ କମ୍‌ ବରଂ ସେ ଅଭିନେତା ଭାବେ ବେଶ ପରିଚିତ ଥିଲେ । ଲୋକପ୍ରିୟ ସିରିୟଲ ଶ୍ରୀ ଜଗନ୍ନାଥରେ ସାଧବ ପୁଅଙ୍କ ବାପା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ସେ ଏକ ନିଆରା ଛାପ ଛାଡିଥିଲେ ।

ତାଙ୍କର ସିନେମା କଥା କହିବାକୁ ଗଲେ, କ୍ରାନ୍ତି ଧାରା, ଜଗନ୍ନାଥ ଧାମ୍ ପୁରୀ, ତୋ ସାଥେ ମୋ ଜୀବନ ବନ୍ଧା, ଲଭ ଷ୍ଟେସନ୍‌, ସନ୍ଦେହୀ ପ୍ରିୟତମା, ମନ ମୋର ଯାଯାବର ଏବଂ ଭକ୍ତ ଓ ଭଗବାନ ମାଧ୍ୟମରେ ଦର୍ଶକଙ୍କ ଦ୍ବାରା ବେଶ ଆଦୃତ ହୋଇପାରିଥିଲେ ପ୍ରିୟ ମିଶ୍ର । ଏହା ବାଦ୍‌ ଧାରାବାହିକ ପଣତ କାନି ଏବଂ ଟେଲି ଫିଲ୍ମ ପ୍ରାୟଶ୍ଚିତରେ ଅଭିନୟ କରିଥିଲେ ପ୍ରିୟ ସୁନ୍ଦର ମିଶ୍ର । ବହୁ ଅଭିନେତା, ଅଭିନେତ୍ରୀ ତଥା ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ