ଦେଶ ବିଦେଶ ମନୋରଞ୍ଜନ

ଚାପୁଡା ମାରିବା ପଡିଲା ମହଙ୍ଗା,୧୦ ବର୍ଷ ପାଇଁ ଓସ୍କାରରୁ ବ୍ୟାନ୍‌ ହେଲେ ୱିଲ୍ ସ୍ମିଥ୍

ନୂଆଦିଲ୍ଲୀ ୦୯।୦୪ : ହଲିଉଡ ସୁପରଷ୍ଟାର ୱିଲ ସ୍ମିଥଙ୍କୁ ଓସ୍କାରରୁ ୧୦ ବର୍ଷ ପାଇଁ ବ୍ୟାନ୍ କରି ଦିଆଯାଇଛି। ୯୪ ତମ ଏକାଡେମୀ ଆୱାର୍ଡରେ ୱିଲ୍, କ୍ରିସ୍ ରକଙ୍କୁ ମଞ୍ଚରେ ଚାପୁଡ଼ା ମାରିବା ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଦିନ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସର ଆୟୋଜକମାନେ ସେମାନଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏକାଡେମୀର ବୋର୍ଡ ଅଫ୍ ଗଭର୍ନର୍ସ ୱିଲ ସ୍ମିଥଙ୍କ ଦଣ୍ଡାଦେଶ ସମ୍ପର୍କରେ ଏକ ବୈଠକ କରିଥିଲେ। ଯାହା ପରେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଓସ୍କାରରୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ମାର୍ଚ୍ଚ ୨୭, ୨୦୨୨ ରେ ୱିଲ ମଞ୍ଚକୁ ଯାଇ ହୋଷ୍ଟ କ୍ରିସ ରକଙ୍କୁ ଚାପୁଡ଼ା ମାରିଥିଲେ। ପରେ ସ୍ମିଥ ଏଥିପାଇଁ କ୍ଷମା ମାଗିଥିଲେ। ସେ କହିଥିଲେ ୱିଲ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ପରିହାସ କରୁଥିଲେ, ଯେଉଁଥିପାଇଁ ସେ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ଏହି ଘଟଣା ପରେ ୱିଲ୍ ନିଜେ ବି ଏକାଡେମୀରୁ ଇସ୍ତଫା ଦେଇଥିଲେ, ଯାହାକୁ ପରେ ଗ୍ରହଣ କରାଯାଇଥିଲା। ଏହି ମାମଲାରେ କ୍ରିସ୍ ରକ୍ ମଧ୍ୟ ପୋଲିସ୍ ନିକଟରେ କୌଣସି ଅଭିଯୋଗ କରିନଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ