ଖେଳ ଦେଶ ବିଦେଶ

ଚାପରେ ପଡ଼ି ଇସ୍ତଫା ଦେଇଛନ୍ତି ବିରାଟ, ତାଙ୍କ ବିରୋଧରେ ‘ଲବି’ ଚାଲିଛି: ସୋଏବ ଅଖତାର

ନୂଆଦିଲ୍ଲୀ: ଗତ କିଛି ଦିନ ବିରାଟ ଏକ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଟ୍ବିଟ କରି ସେ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଉଥିବା ନେଇ ଘୋଷଣା କରିଥିଲେ। ତାଙ୍କର ଏହି ଘୋଷଣା କ୍ରିକେଟ ପ୍ରେମୀଙ୍କ ହୃଦୟ ଭାଙ୍ଗିଥିବା ବେଳେ ହଠାତ ସେ ଏଭଳି ନିଷ୍ପତ୍ତି କାହିଁକି ନେଲେ ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିଲା। ତେବେ ତା’ର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ ଏବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାରଙ୍କ ଚାଞ୍ଚଲ୍ୟକର ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭାରତୀୟ କ୍ରିକେଟରେ ଖେଳାଳି ବିରାଟ କୋହଲିଙ୍କ ବିରୋଧରେ ‘ଲବି’ ଚାଲିଛି ‌ଏବଂ ସେ ଚାପରେ ପଡ଼ି ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ସୋଏବ ଅଖତାର। ତାଙ୍କ କହିବା ମୁତାବକ, ବିରାଟଙ୍କ ପାଇଁ ଟି-୨୦ ବିଶ୍ୱକପ ଚାଲିଥିବା ସମୟ ଖୁବ କଠିନ ଥିଲା। ମୁଁ ଦୁବାଇରେ ଥିଲି ଏବଂ ମୁଁ ଜାଣିଥିଲି ଯେ ଯଦି ସେ ଟି -୨୦ ବିଶ୍ୱକପ ନଜିତନ୍ତି ତେବେ ଏହା ତାଙ୍କ ପାଇଁ ଏକ ବଡ ସମସ୍ୟା ହେବ ଏବଂ ତାହା ହିଁ ଘଟିଥଲା। ତାଙ୍କ ବିରୋଧରେ ଲବି ଚାଲିଛି ଏବଂ ତାଙ୍କ ବିପକ୍ଷରେ ଅନେକ ଲୋକ ସ୍ବର ଉଠାଇଛନ୍ତି। ଏହି କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସେ କୌଣସି ଦାୟିତ୍ବ ଭାର ନେଉନଥିବାରୁ ମୁଁ ଚାହୁଁଛି ‌ସେ ଏବେ କ୍ରିକେଟକୁ ଉପଭୋଗ କରନ୍ତୁ। ସେ ମହାନ ଏବଂ ସେ ଏହା ଜାଣିବା ଉଚିତ୍। ସେ ଲୋକମାନଙ୍କ ଭୁଲକୁ ଭୁଲିଯାଇ କ୍ଷମା କରିବା ଉଚିତ୍।

ତେବେ ସୋଏବଙ୍କ ଏଭଳି ବିବାଦୀୟ ବୟାନ ପରେ ଏବେ ବିସିସିଆଇ ଉପରେ ଆଙ୍ଗୁଳି ଉଠିବା ଆରମ୍ଭ ହୋଇଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ