ବାଲେଶ୍ବର ୮।୬: ବାଲେଶ୍ବର-ଚାନ୍ଦିପୁର ରାସ୍ତାରେ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟା ମାମଲାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏ ନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଘଟଣାରେ ୭ ଜଣ ଅଭିଯୁକ୍ତ ଧରାପଡିଥିବା ଆଇଜି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କୋଲକତାର ଏବଂ ଅନ୍ୟ ୬ ଜଣ ବାଲେଶ୍ବର ଅଞ୍ଚଳର ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖରେ ଜମିଜମା ଘଟଣାକୁ ନେଇ ହତ୍ୟାକାଣ୍ଡ ଘଟିଥିଲା। ଚାନ୍ଦିପୁର ରାସ୍ତାରେ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟା କରାଯାଇଥିଲା ।